ସିବିଏସଇକୁ ୫୦/୫୦ ଆଧାରରେ ମୂଲ୍ୟାୟନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବାକୁ ଦାବୀ ଜଣାଇଲା ଓଡିଶା ଅଭିଭାବକ ମହାସଂଘ

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ଦିଲ୍ଲୀ ହାଇକୋର୍ଟଙ୍କ ସିବିଏସଇକୁ ୫୦:୫୦ ଆଧାରରେ ମୂଲ୍ୟାୟନ ପାଇଁ ନିର୍ଦେଶ ପରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ସିବିଏସଇ ନିଜ ତରଫରୁ ଶୋ ମୋଟୋ ଏହି ସୁଯୋଗ ଦେବାପାଇଁ ଦୃଢ଼ ଦାବି କରିଛି ଓଡିଶା ଅଭିଭାବକ ମହାସଂଘ l ଅଭିଭାବକ ମାନେ କାହିଁକି ନ୍ୟାୟାଳୟରୁ ନିର୍ଦେଶ ଆଣିବେ, କାହିଁକି ଅର୍ଥ ଖର୍ଚ୍ଚ କରିବେ, ଯଦି ନିଜ ତରଫରୁ ସିବିଏସଇ ଏହି ସୁଯୋଗ ଦେଇଦେବ, ସାରା ଦେଶର ଲକ୍ଷ୍ୟ ଲକ୍ଷ୍ୟ ଛାତ୍ର ଛାତ୍ରୀ ଏହାର ସୁଯୋଗ ନେଇପାରିବେ l ଓଡ଼ିଶାରେ ପ୍ରାୟ ୧୨  ହଜାର ଦ୍ୱାଦଶ ଓ 18 ହଜାରରୁ ଉର୍ଦ୍ଧ ଦଶମ ଶ୍ରେଣୀ ଅଭିଭାବକ ଏହା ଦ୍ୱାରା ଉପକୃତ ହେବେ l ମାନ୍ୟବର ମୁଖ୍ୟମନ୍ତ୍ରୀ ତୁରନ୍ତ ଏହାକୁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷlମନ୍ତ୍ରୀଙ୍କ ନଜରକୁ ନେବାସହ ଚିଠି ଲେଖି ରାଜ୍ୟର 30 ହଜାରରୁ ଉର୍ଦ୍ଧ ପିଲାଙ୍କୁ ସୁରକ୍ଷା ଦେବାପାଇଁ ଦାଇତ୍ୱ ନେବାପାଇଁ ଓଡିଶା ଅଭିଭାବକ ମହାସଙ୍ଘର ଅଧକ୍ଷ୍ୟ ବାସୁଦେବ ଭଟ୍ଟ ଅନୁରୋଧ କରିଛନ୍ତି l

ପୂର୍ବରୁ କରୋନା ମହାମାରୀ ପାଇଁ ଏବର୍ଷର ପରୀକ୍ଷା ଦୁଇଟି ପର୍ଯ୍ୟାୟ ଟର୍ମ-1 ଓ ଟର୍ମ-2 ରେ ହୋଇ ଉଭୟ ପରୀକ୍ଷାର ବିଷୟ ଓ ପ୍ରାକ୍ଟିକାଲର 50 %-50 % ମାର୍କକୁ ନେଇ ଫାଇନାଲ ରେଜଲ୍ଟ ପ୍ରକାଶ କରାଯିବ ବୋଲି 5 ଜୁଲାଇ 2021 ରେ ସିବିଏସଇ କର୍ତ୍ତୃପକ୍ଷ ଘୋଷଣା କରିଥିଲେ l ଦୁଇ ଟର୍ମର ରେଜଲ୍ଟ ବାହାରିଲା ପରେ ଗତ 22 ଜୁଲାଇରେ ବୋର୍ଡ କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି କି ସେମାନେ ପରୀକ୍ଷା ମୂଲ୍ୟାୟନ ନେଇ ପୂର୍ବରୁ ଏକ ବିଶେଷଜ୍ଞ କମିଟି ଗଠନ କରିଥିଲେ ଓ କମିଟିର ପରାମର୍ଶ ଅନୁଯାଇ ଟର୍ମ-1 ର ଥିଓରୀର 30% ଓ ଟର୍ମ-2 ଥିଓରୀର 70% ମାର୍କକୁ ନେଇ ତତସହିତ ଉଭୟ ଟର୍ମ-1 ଓ ଟର୍ମ-2 ର ପ୍ରାକ୍ଟିକାଲ ପରୀକ୍ଷା 50%-50% ଆଧାରରେ ମୂଲ୍ୟାୟନ କରାଯାଇଛି l ଏହା ଜାଣିବାପରେ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କର ବିବିଏସଇର ସ୍ୱଚ୍ଛତା ଉପରେ ସନ୍ଦେହ ସୃଷ୍ଟି ହୋଇଛି, ଅନେକ ପିଲା ମାନସିକ ଦୁଶ୍ଚିନ୍ତା ମଧ୍ୟରେ ଗତିକରୁଥିଲେ l

ଅନେକ ପିଲା ଓ ଅଭିଭାବକ ମାନେ ଏହି ମୂଲ୍ୟାୟନରେ ଅସନ୍ତୁଷ୍ଟ ହୋଇ ଅଭିଭାବକ ମହାସଂଘକୁ ଅନୁରୋଧ କରିବା ପରେ, ମହାସଂଘ ଏକ ଜନସ୍ୱାର୍ଥ ମାମଲା ଯୁବ ଆଇନୀଜୀବୀ ମିସ ଆଦିଶା ମହାନ୍ତି ଦ୍ୱାରା ଫାଇଲ କରାଯାଇଥିଲା l ମହାସଂଘ କୋର୍ଟ ନିର୍ଦେଶ ଅନୁସାରେ ଅସନ୍ତୁଷ୍ଟ ଛାତ୍ର ଛାତ୍ରୀ ମାନଙ୍କ ଏକ ତଥ୍ୟ ପ୍ରଦାନ କରିବାକୁ ମହାସଂଘ କାଯ୍ୟ କରୁଛନ୍ତି l ସମାନ ସମୟରେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ରେ ଜଣେ ଛାତ୍ରୀ ଦେବଶ୍ରୀ ବାଲି ଏକ କେସ କରିଥିଲେ l ଏହି କେସର ଶୁଣାଣି କରି ଉଚ୍ଚ ନ୍ୟାୟାଳୟ 50-50 ମାର୍କ ଦେବାପାଇଁ ସିବିଏସଇକୁ ନିର୍ଦେଶ ଦେଇଛନ୍ତି l

 ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦେଶ ଅନୁସାରେ ଯେଉଁ ଛାତ୍ର ଛତ୍ରୀ 30:70 ମୂଲ୍ୟାୟନରେ ଅସନ୍ତୁଷ୍ଟ ଅଛନ୍ତି ତାଙ୍କୁ 50:50 ଆଧାରରେ ମୂଲ୍ୟାୟନ ପାଇଁ ସିବିଏସଇ ତୁରନ୍ତ ପଦକ୍ଷେପ ନେବାକୁ ମାନ୍ୟବର ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିବା ସହ ଚାପ ଶୃଷ୍ଟି ପାଇଁ ଓଡିଶା ଅଭିଭାବକ ମହାସଂଘ ଦାବି କରିବା ପାଇଁ ଦାବି କରିଛି l

Leave A Reply

Your email address will not be published.