ଜାମଦା ଠାରେ ସହିଦ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଜାମଦା ଠାରେ ସହିଦ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ | ମହାନ ସ୍ବାଧୀନତା ସଂଗ୍ରାମୀ, ଆଦିବାସୀମାନଙ୍କ ହକ ଅଧିକାର ଓ ଜଳ, ଜମି ଓ ଜଙ୍ଗଲ ପାଇଁ ବିର୍ସା ମୁଣ୍ଡା ବିପ୍ଳବୀ ହୋଇ ଉଠିଥିଲେ | ଇଂରେଜ ସରକାରଙ୍କ ଠାରୁ ଭାରତକୁ ସ୍ବାଧୀନ କରିବା ପାଇଁ ବିର୍ସା ମୁଣ୍ଡା ନିଜ ଜୀବନ ତ୍ୟାଗ କରିଥିଲେ |

ସେହି ମହାନ ବିପ୍ଳବୀଙ୍କ ପ୍ରତିମୂର୍ତ୍ତୀ ଜାମଦା ଅଧିନସ୍ତ ବସଷ୍ଟାଣ୍ଡ ନିକଟରେ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ଏହାର ନେତୃତ୍ବ ବିର୍ସା ମୁଣ୍ଡା କମିଟୀ ର ସଭାପତି ଘନଶ୍ୟାମ ପିଙ୍ଗୁଆ ଗ୍ରହଣ କରିଥିଲେ | ଏଥିରେ ମୁଖ୍ୟ ଅତିଥି ଭାବେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ରାଜ୍ୟ ସଭାପତି ଅଞ୍ଜନୀ ସୋରେନ, ସମ୍ମାନିତ ଅତିଥି ରାଜ୍ୟ ସଂପାଦକ ଦୁବରାଜ ନାଗ, ଜାମଦା ବ୍ଲକ ପୂର୍ବତନ ଅଧ୍ୟକ୍ଷ ହେଲେନା ବାଗେ, ତାରଣା ଗ୍ରାମ ପଞ୍ଚାୟତ ସରପଞ୍ଚ ଶିବନାଥ ମୁର୍ମୁ, ଜାମଦା ଗ୍ରାମ ପଞ୍ଚାୟତ ପୂର୍ବତନ ସରପଞ୍ଚ ବିର୍ସା କଣ୍ଡେକେଲ, କେନ୍ଦ୍ରିୟ କମିଟୀ ସାଲୁ କିସ୍କୁ, ରାଜ୍ୟ ପ୍ରବକ୍ତା ସୁନୀଲ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ | ଅତିଥିଗଣ ବୀର ବିର୍ସା ମୁଣ୍ଡାଙ୍କ ତ୍ୟାଗପୂତ ଜୀବନ ସଂପର୍କରେ ସାରଗର୍ଭକ ବକ୍ତବ୍ୟ ଦେଇଥିଲେ |

ଏଥିରେ ମାଝୀ ବାବା, ନାଏକେ, ହୋ, ମୁଣ୍ଡା ତଥା ଅନ୍ୟ ଜନଜାତିର ଲୋକେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ | ଉକ୍ତ ବିରାଟ ସଭାରେ ପୂର୍ବତନ ଜିଲ୍ଲା ପରିଷଦ ତଥା ବୀର ବିର୍ସା ମୁଣ୍ଡା କମିଟୀର ସଂଯୋଜକ ଜଟିୟା ସାଓୟାଁ, କକେ ତିରିଆ, ଅନିଲ ବିରୁଆ, ଜାମିନୀ କାନ୍ତ ବାଗେ, ମଧୁ ବାନ୍ଦା, କୁରିରାମ ଆଲଡା, ଚନ୍ଦ୍ର ମୋହନ ପିଙ୍ଗୁଆ, ଦାମୋଦର ପୂର୍ତ୍ତୀ ତଥା କମିଟୀର ଅନ୍ୟ କାର୍ଯ୍ୟକାରୀ ସଦସ୍ୟଗଣ ସହଯୋଗ କରିଥିଲେ | ଏହି କାର୍ଯ୍ୟକ୍ରମ କୁ ମଧୁସୂଦନ ବିରୂଆ ପରିଚାଳନା କରିଥିଲେ |

Leave A Reply

Your email address will not be published.