ଗଣିତ ଶିକ୍ଷା କ୍ଷେତ୍ରରେ ଏକ କଷ୍ଟକର ବିଷୟ ସତ, କିନ୍ତୁ ଏହି କଷ୍ଟକର ବିଷୟ ମାନବର ସାମାଜିକ ଚଳଣିକୁ ସରଳ କରିପାରିଛି। ଆଜି ହେଉଛି ଜାତୀୟ ଗଣିତ ଦିବସ । ଆଜି ଭାରତର ପ୍ରମୁଖ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କ ଜନ୍ମ ଦିବସ । ଗଣିତ ପ୍ରତି ତାଙ୍କର ଅତୁଳନୀୟ ଅବଦାନ ପାଇଁ ତାଙ୍କ ଜନ୍ମଦିନକୁ ଜାତୀୟ ଗଣିତ ଦିବସ ରୂପେ ପାଳନ କରାଯାଉଛି ।
ଗଣିତର ଯାଦୁଗର ଭାବେ ପରିଚିତ ଶ୍ରୀନିବାସ ରାମାନୁଜନଙ୍କ ଜନ୍ମ ୨୨ ଡିସେମ୍ବର ୧୮୮୭ରେ ଦକ୍ଷିଣ ଭାରତର କୋଏମ୍ବାଟୋର ଇରୋଡ ଗ୍ରାମରେ ହୋଇଥିଲା । ବିଚକ୍ଷଣ ମେଧା କାରଣରୁ ମାଦ୍ରାଡ ୟୁନିଭର୍ସିଟି ତରଫରୁ ତାଙ୍କୁ ସ୍କଲାରସିପ ପ୍ରଦାନ କରାଯାଇଥିଲା । ରାମାନୁଜନ୍ଙ୍କ ସଫଳତା ତଥା ତାଙ୍କ ଉପଲବ୍ଧିକୁ ସ୍ବୀକୃତି ଦେବା ଲାଗି ଏହି ଦିବସ ପାଳନ କରାଯାଏ। ୨୦୧୨ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଡିସେମ୍ବର ୨୨କୁ ‘ଜାତୀୟ ଗଣିତ ଦିବସ’ ଭାବେ ଘୋଷଣା କରିଥିଲେ। ରାମାନୁଜନ ୧୮୮୭ ଡିସେମ୍ବର ୨୨ରେ ତାମିଲନାଡୁର କୋଏମ୍ବାଟୁରର ଇରୋଡ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ପିଲାଟିବେଳୁ ତାଙ୍କର ଗଣିତ ପ୍ରତି ଦୁର୍ବଳତା ଥିଲା। ଏପରିକି ୧୨ବର୍ଷରୁ ସେ ‘କୋଏମ୍ବାଟୁରର ବିସ୍ମୟ ବାଳକ’ ହେବାର ଗୌରବ ହାସଲ କରିଥିଲେ।
ତାଙ୍କର ଅଧିକାଂଶ ସମୟ ଗଣିତ ପଢ଼ିବା ତଥା କଷିବାରେ ଅତିବାହିତ ହେଉଥିଲା। ଏହି କାରଣରୁ ତାଙ୍କର ଅନ୍ୟାନ୍ୟ ବିଷୟରେ କମ୍ ମାର୍କ ରହୁଥିଲା। ସେହିପରି ସେ ୧୨ ବର୍ଷ ବୟସରୁ ତ୍ରିକୋଣମିତିରେ ପାରଦର୍ଶିତା ହାସଲ କରିଥିଲେ। ଏହି ଅବସରରେ ଦେଶର ବିଭିନ୍ନ ରାଜ୍ୟରେ ଅବସ୍ଥିତ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଏବଂ ଅନ୍ୟାନ୍ୟ ଶିକ୍ଷା ଅନୁଷ୍ଠାନରେ ଗଣିତ ସହ ଜଡିତ ବିଭିନ୍ନ ଶିକ୍ଷଣୀୟ କାର୍ଯ୍ୟକ୍ରମ ଆୟୋଜିତ ହୁଏ। ଏଥିସହ ମହାନ ଗଣିତଜ୍ଞ ରାମାନୁଜନଙ୍କ ଜୀବନୀ ଏବଂ ଗଣିତ ପ୍ରତି ତାଙ୍କ ଅବଦାନ ବାବଦରେ ଆଲୋକପାତ କରାଯାଏ। ଗଣିତ ଶିକ୍ଷା ପ୍ରତି ପିଲାମାନଙ୍କୁ ଉତ୍ସାହିତ ମଧ୍ୟ କରାଯାଏ।