ଅରବିନ୍ଦ ଅଗ୍ରୱାଲଙ୍କୁ ରଥ ପରିଚାଳନା ଦାୟିତ୍ବ

0

ଓଡ଼ିଆ ନ୍ୟୁଜ୍: ଅରବିନ୍ଦ ଅଗ୍ରୱାଲଙ୍କୁ ରଥ ପରିଚାଳନା ଦାୟିତ୍ବ ଦେଲେ ସରକାର।ଉଚ୍ଚ ଶିକ୍ଷା ବିଭାଗ ସଚିବ ଦାୟିତ୍ବ ସହ ରଥ ପରିଚାଳନା ଦାୟିତ୍ବ ତୁଲାଇବେ।ସୁପରଭିଜନ ପାଇଁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା। ଶରଧାବାଲିରେ ଆଜି ଭୋର୍‌ରୁ ଦଳଚକଟା ଘଟଣାରେ ୩ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଏବଂ ଅନେକ ଲୋକ ଆହତ ହେବା ପରେ ରାଜ୍ୟ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଅଦଳବଦଳ କରିଛନ୍ତି।

ରଥଯାତ୍ରା ସମୟରେ ବିଭ୍ରାଟ ଘଟିଥିବାରୁ ସରକାର କାର୍ଯ୍ୟାନୁଷ୍ଠାନ ରୂପକ କିଛି ଅଧିକାରୀଙ୍କୁ ବଦଳି କରିଛନ୍ତି। ଏଥିରେ ଅଛନ୍ତି ପୁରୀ ଜିଲ୍ଲାପାଳ ଓ ଏସ୍‌ପିଙ୍କ ସମେତ ଅନ୍ୟ ଅଧିକାରୀ। ଆଜିର ଏହି ଅଭାବନୀୟ ଘଟଣା ପରେ ବରିଷ୍ଠ ଆଇଏଏସ୍‌ ଅଧିକାରୀ ଅରବିନ୍ଦ ଅଗ୍ରୱାଲଙ୍କୁୁ ରଥଯାତ୍ରା ପରିଚାଳନା ଦାୟିତ୍ବ ଦିଆଯାଇଛି। ଅରବିନ୍ଦ ଅଗ୍ରୱାଲଙ୍କୁ ରଥଯାତ୍ରା ପରିଚାଳନା ଦାୟିତ୍ୱ ନ୍ୟସ୍ତ କରାଯାଇଛି। ସେ ସମ୍ପୂର୍ଣ୍ଣ ରଥଯାତ୍ରା ପରିଚାଳନା କରିବେ। ଆଜିଠାରୁ ଆଗକୁ ଚାଲିବାକୁ ଥିବା ରଥଯାତ୍ରାର ସମ୍ପୂର୍ଣ୍ଣ ଦାୟିତ୍ୱ ସମ୍ପାଦନ କରିବେ।

Leave A Reply

Your email address will not be published.