ଆଇପିଏଲର ଲୋକପ୍ରିୟ ଟିମ୍ ମୁମ୍ବାଇ ଇଣ୍ଡିଆନ୍ସ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଆଇପିଏଲର ଲୋକପ୍ରିୟ ଟିମ୍ ମୁମ୍ବାଇ ଇଣ୍ଡିଆନ୍ସ । ଦୀର୍ଘ ୧୦ବର୍ଷ ପରେ ମୁମ୍ବାଇ ଇଣ୍ଡିଆନ୍ସରେ ବଡ ପରିବର୍ତନ । ଆଇପିଏଲ ନିଲାମ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ବଡ ଘୋଷଣା ।

ରୋହିତ ଶର୍ମାଙ୍କ ବଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମିଳିଲା ଦଳର ଅଧିନାୟକ । ଅର୍ଥାତ ୨୦୧୪ ଆଇପିଏଲ ସଂସ୍କରଣ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଭାବେ ନିଯୁକ୍ତି କରାଯାଇଛି । ୧୦ବର୍ଷ ଧରି ରୋହିତ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଦାୟିତ୍ୱ ତୁଲାଇ ଆସୁଥିଲେ । ରୋହିତଙ୍କ ନେତୃତ୍ୱରେ ଦଳ ପାଂଚଥର ଆଇପିଏଲ ଟାଇଟଲ ଜିତିଛି । ସେହିପରି ହାର୍ଦ୍ଦିକ ଦୁଇ ବର୍ଷ ଧରି ଗୁଜରାଟ ଟାଇଟନ୍ସର ନେତୃତ୍ୱ ନେଇଥିଲେ ।

ତେବେ ହାର୍ଦ୍ଦିକ ଗୁଜରାଟ ହାତ ଛାଡି ଏବେ ମୁମ୍ବାଇର ହାତ ଧରିବାକୁ ନିଷ୍ପତି ନେଇଛନ୍ତି । ହାର୍ଦ୍ଦିକଙ୍କ ନେତୃତ୍ୱରେ ଗୁଜରାଟ ୨୦୨୨ ସଂସ୍କରଣରେ ବିଜେତା ହୋଇଥିବା ବେଳେ ୨୦୨୩ରେ ରନର୍ସଅପ୍ ହୋଇଥିଲା । ହାର୍ଦ୍ଦିକଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ପରବର୍ତୀ ସଂସ୍କରଣରେ ସଫଳ ହେବା ନେଇ ଫ୍ରାଂଚାଇଜ ଆଶାବାଦୀ ଅଛି ।

Leave A Reply

Your email address will not be published.