ଓଡ଼ିଆ ନ୍ୟୁଜ, ବାଲେଶ୍ୱର : ବୃଦ୍ଧା ବୟସରେ ଆବାସ । ଆଖିରେ ଆଖିଏ ଲୁହ, ଆଉ ବିକଳ କାନ୍ଦରେ ଗୁହାରି କରୁଛି ଜିଲ୍ଲାପାଳଙ୍କୁ ଖଣ୍ଟିଏ ଆବାସ ଦେବା ପାଇଁ । ବାଲେଶ୍ଵର ଜିଲ୍ଲା ରେ ଆବାସ ଯୋଜନା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା ।ଆବାସ ଯୋଜନାରେ ଘରଟିଏ ପାଇଁ ମିଳିତ ଜନ ଶୁଣାଣିରେ କାନ୍ଦି କାନ୍ଦି ଉପଜିଲ୍ଲାପାଳଙ୍କୁ ନେହୁରା ହେଲେ ୭୦ ବର୍ଷର ବୃଦ୍ଧା !
ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକର ମିଳିତ ଜନଶୁଣାଣି ଶିବିରରେ ! ଖାଲିନା ପଂଚାୟତ ଖାଲିନା ଗ୍ରାମର ନରାଣ ମିଶ୍ର ୪୦ ବର୍ଷ ପୂର୍ବେ ରୋଗଗ୍ରସ୍ତ ହୋଇ ମୃତ୍ୟୁ ବରଣ କରିଥିଲା ବେଳେ ୭୦ବର୍ଷର ବୃଦ୍ଧା ସ୍ତ୍ରୀ କାଞ୍ଚନ ବାଲା ମିଶ୍ର ଏବେ ବେସାହାରା ! ଦୁଇ ଝିଅ ବିବାହ ପରେ ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ନ ଥିବାରୁ ପର ଓଳିରେ ଦିନ କାଟୁଛନ୍ତି ବୃଦ୍ଧା !ଘର ଟିଏ ପାଇଁ ବାରମ୍ବାର ପଂଚାୟତ ସରପଂଚଙ୍କ ଠାରୁ ଆରମ୍ଭ କରି ବିଡ଼ିଓଙ୍କୁ ନିବେଦନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ !ଶେଷରେ ଘର ଖଣ୍ଡିକ ପାଇଁ ବୃଦ୍ଧା କାଞ୍ଚନ ବାଲା ଆଜି ଜଳେଶ୍ୱର ବ୍ଲକ ପରିସରରେ ପହଂଚି ଅନୁଷ୍ଠିତ ହୋଇ ଥିବା ମିଳିତ ଜନଶୁଣାଣିରେ ଜିଲ୍ଲାପାଳଙ୍କୁ ଖୋଜିଥିଲେ !
ତେବେ ଶିବିରରେ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧେ ଅନୁପସ୍ଥିତ ଥିବାରୁ ଉପ ଜିଲ୍ଲାପାଳ କୁନାଲ ମୋତିଲାଲ ଚୌହାନଙ୍କର ହାତ ଧରି କାନ୍ଦିବା ସହ ଘର ଖଣ୍ଡିକ ଯୋଗେଇ ଦେବାକୁ ନିବେଦନ କରିଥିବା ଦେଖିବାକୁ ମିଳିଛି !