ଆସିଲା ଶ୍ରୀମନ୍ଦିର ପାଇଁ ଡ୍ରେସକୋଡ୍

0

ଓଡ଼ିଆ ନ୍ୟୁଜ, ପୁରୀ : ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ପୋଷାକ କଟକଣା ନେଇ ସମସ୍ତ ସେବାୟତ ନିଯୋଗ ଓ ହୋଟେଲ ଆସୋସିଏସନକୁ ଚିଠି ଲେଖିଛି ଶ୍ରୀମନ୍ଦିର ପ୍ରସାସନ । ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନେ କିପରି ଡ୍ରେସ ପିନ୍ଧିବେ ସେନେଇ ସଚେତନ କରିବାକୁ ଚିଠିରେ କୁହାଯାଇଛି । ପ୍ରଶାସନ ପକ୍ଷରୁ ଲେଖାଯାଇଥିବା ଚିଠିରେ କୁହାଯାଇଛି , ସେବାୟତମାନେ ବହୁ କାଳରୁ ଶ୍ରୀଜଗନ୍ନାଥ ସଂସ୍କୃତି ଓ ମହିମାର ପ୍ରଚାର ପ୍ରସାର କରି ଆସୁଛନ୍ତି ।

ଦୂରଦୂରାନ୍ତରୁ ଆସୁଥିବା ଭକ୍ତ ସେମାନଙ୍କ ମାଧ୍ୟମରେ ମହାପ୍୍ରଭୁଙ୍କ ଦର୍ଶନ ସୁଯୋଗ ପାଉଛନ୍ତି । ସେଥିପାଇଁ ସଚେତନତା କାମରେ ସେବାୟତମାନେ ସହଯୋଗ କରିବା ଉଚିତ୍ । ସେହିପରି ହୋଟେଲ ଆସୋସିଏସନକୁ ମଧ୍ୟ ସମାନ ଢଙ୍ଘରେ କୁହାଯାଇଛି । ଯେଉଁ ଶ୍ରଦ୍ଧାଳୁମାନେ ହୋଟେଲରେ ରହୁଛନ୍ତି, ସେମାନଙ୍କୁ ହୋଟେଲ କର୍ମଚାରୀ, ଟୁରିଷ୍ଟ ଗାଇଡଙ୍କ ଜରିଆରେ ପୋଷାକ କଟକଣା ବିଷୟରେ ସଚେତନ କରାନ୍ତୁ । ଶ୍ରୀମନ୍ଦିର ଚିଠିରେ ଦର୍ଶାଯାଇଛିଯେ ପୁରୁଷମାନେ ଫୁଲ ପ୍ୟାଟଂ ଶାର୍ଟ, ଚୁଡିଦାର-ପଞ୍ଜାବୀ, ଧୋତି ଆଦି ପାରମ୍ପରିକ ତଥା ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧି ପାରିବେ ।

ମହିଳାମାନେ ଶାଢୀ,ସାଲଓାର,କମିଜ ପ୍ରଭୃତି ପରିଧାନ କରି ଆସିଲେ ଶ୍ରୀମନ୍ଦିରରେ ପ୍ରବେଶ ଅନୁମତି ପାଇବେ । ଏନେଇ ଆସନ୍ତା ନୂଆବର୍ଷ ପର୍ଯ୍ୟନ୍ତ ସଚେତନ କରାଯିବ । ନୂଆବର୍ଷ ପରେ କଟକଣା କଡାକଡି ଭାବେ ପାଳନ କରାଯିବ ବୋଲି କୁହାଯାଇଛି ।

Leave A Reply

Your email address will not be published.