ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଅଯୋଧ୍ୟାରେ ଭଗବାନ ରାମଙ୍କ ମନ୍ଦିରର ଆଗାମୀ ସମର୍ପଣ ସମାରୋହର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିବା ପରେ ହାଇଦ୍ରାବାଦର ଶ୍ରୀ ଚଲା ଶ୍ରୀନିବାସ ଶାସ୍ତ୍ରୀ ଏହି କାର୍ଯ୍ୟକ୍ରମ ପୂର୍ବରୁ ଭଗବାନ ଶ୍ରୀ ରାମଙ୍କ ଇଶ୍ୱରୀୟ ଚରଣ ପାଦୁକା ସୃଷ୍ଟି କରିଛନ୍ତି। ଶାସ୍ତ୍ରୀ ପ୍ରଭୁ ରାମଙ୍କ ପାଇଁ ପାଦୁକା ତିଆରି କରିବା ପାଇଁ ପ୍ରାୟ ଏକ କିଲୋଗ୍ରାମ ସୁନା ଏବଂ ସାତ କିଲୋଗ୍ରାମ ରୂପା ବ୍ୟବହାର କରିଛନ୍ତି।
ଅଯୋଧ୍ୟା ରାମମନ୍ଦିର ଉଦଘାଟନ ଜାନୁଆରୀ ୨୨ ତାରିଖରେ କରାଯିବ । ଦିନ ପାଖେଇ ଆସୁଥିବାବେଳେ ପ୍ରସ୍ତୁତି ଜୋରଦାର ହୋଇଛି । ଇତି ମଧ୍ୟରେ ରାମ ମନ୍ଦିର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଏବଂ ମୁରଲି ମନୋହର ଯୋଶୀଙ୍କୁ ଉଦଘାଟନ ସମାରୋହକୁ ନ ଆସିବା ପାଇଁ ଅନୁରୋଧ କରିଛନ୍ତି ।
ଅଯୋଧ୍ୟାରେ ନବନିର୍ମିତ ରାମମନ୍ଦିରର ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ଚାଲିଛି । ଭଗବାନ ରାମଙ୍କ ଚରଣ ପାଦୁକା ଏଠରେ ରଖାଯିବ । ଏହି ପାଦୁକା ସାରା ଦେଶ ଭ୍ରମଣ କରାଯିବ । ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଅର୍ଥାତ ଜାନୁଆରୀ ୧୯ରେ ଏହା ଅଯୋଧ୍ୟାରେ ପହଞ୍ଚିବ । ଏହି ପାଦୁକାକୁ ହାଇଦ୍ରାବାଦର ଶ୍ରୀଚଲ୍ଲା ଶ୍ରୀନିବାସ ଶାସ୍ତ୍ରୀ ତିଆରି କରିଛନ୍ତି । ଡିସେମ୍ବର ୧୭ ତାରିଖରେ ଏହାକୁ ରାମେଶ୍ୱର ଧାମରୁ ଅହମ୍ମଦାବାଦ ଅଣାଯାଇଛି । ଏହାପରେ ପାଦୁକାକୁ ବଦ୍ରିନାଥ ଧାମ ନିଆଯିବ । ଏହି ଚରଣ ପାଦୁକା ଏକ କିଲୋ ସୁନା ଏବଂ ୭ କିଲୋ ରୂପାରେ ତିଆରି କରାଯାଇଛି । ଏହା ବ୍ୟତୀତ ମୂଲ୍ୟବାନ ପଥର ମଧ୍ୟ ଲାଗିଛି ।