ନୂଆ ଓଡ଼ିଆ ଫିଲ୍ମ ‘ଡଟ୍‌ ପେନ୍‌’ ଅଡିଓ ରିଲିଜ୍

ଡଟ୍‌ ପେନ୍‌ - ଶୁଭମୁକ୍ତି ଅକ୍ଟୋବର ୧୩ରେ

0

ଓଡ଼ିଆ ନ୍ୟୁଜ, ଭୁବନେଶ୍ବର: ନୂଆ ଓଡିଆ ଫିଲ୍ମ “ଡଟପେନ୍”ର ଅଡିଓ ଲୋକାର୍ପଣ ଉତ୍ସବ ବାଣୀବିହାରସ୍ଥିତ ଗାନ୍ଧୀ ପାର୍କ ଠାରେ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ସଙ୍ଗୀତ ନିର୍ଦ୍ଦେଶକ ସୋମେଶ ଶତପଥୀ,ନିର୍ଦ୍ଦେଶକ ଓ ପ୍ରଯୋଜକ ଅଶ୍ବିନୀ ତ୍ରୀପାଠି,କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତୀ,ସ୍ବୟଂପ୍ରକାଶ ପାଢୀ,ଅସୀମା ପଣ୍ଡା,ଅର୍ପିତା
ଚୈ।ଧୁରୀ ଅଭିନେତା ଜ୍ୟୋତି,ଅଙ୍କିତ,ରୋହନ ଗର୍ଗ ,ସନ୍ତୁ ନିଜେ,ଶକ୍ତି ବରାଳ,ପ୍ରିତି ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ।
ନୂଆ ଓଡ଼ିଆ ଫିଲ୍ମ ‘ଡଟ୍‌ ପେନ୍‌’ । ଏହାର ସୁଟିଂ ଓ ପୋଷ୍ଟ ପ୍ରଡସନ୍ସ କାର୍ଯ୍ୟ ଶେଷ ହୋଇସାରିଛି । ଅକ୍ଟୋବର ୧୩ରେ ପ୍ରେକ୍ଷାଳୟକୁ ଆସିବ ଚଳଚ୍ଚିତ୍ର “ଡଟପେନ୍”। ଜଣେ ସାଇକୋ କିଲର୍‌ର କାହାଣୀ ଉପରେ ନିର୍ମିତ ଏହି ଫିଲ୍ମର ମୁଖ୍ୟ ଚରିତ୍ରରେ ନଜରଆସିବେ ଜ୍ୟୋତିରଞ୍ଜନ । ପୂର୍ବରୁ ସେ ଏକାଧିକ ପ୍ରେମ କାହାଣୀ, ଆକ୍ସନ, ରହସ୍ୟ ଓ ରୋମାଞ୍ଚ ଆଧାରିତ ସିନେମାରେ ନଜର ଆସିଛନ୍ତି । “ଡଟ୍‌ପେନ୍‌”ରେ ସେ ଅଭିନୟ କରୁଛନ୍ତି ଜଣେ ସାଇକୋ କିଲର୍‌ ଚରିତ୍ରରେ । ଏଭଳି ବିଷୟବସ୍ତୁ ସହିତ ଫିଲ୍ମ ଓଡ଼ିଆ ନିର୍ମାଣ ଶିଳ୍ପରେ ପ୍ରଥମ ବୋଲି କହିଛି ପ୍ରଯୋଜନା ସଂସ୍ଥା । ଏ ଫିଲ୍ମ ଦେଖି ଦର୍ଶକ ଜ୍ୟୋତିଙ୍କୁ ଭଲପାଇବେ, ଭୟ ମଧ୍ୟ କରିବେ।

ଫିଲ୍ମର କାହାଣୀ ଜଣେ ଭାଇ, ଭଉଣୀ ଓ “ଡଟ୍‌ପେନ୍‌” ରୁ ଆରମ୍ଭ । ଭାଇ ନିଜ ଭଉଣୀ ପାଇଁ ପ୍ରତିଶୋଧ ନେଉଛି ହେଲେ କାହିଁକି ଓ
“ଡଟ୍‌ପେନ୍‌”ର ସମ୍ପର୍କ ଏହି ଦୁଇଜଣଙ୍କର କ’ଣ ଅଛି ? ଏମିତି ବହୁ ପ୍ରଶ୍ନର ଉତ୍ତର ଧୀରେ ଧୀରେ ଫିଲ୍ମରେ ମିଳିବ ବୋଲି କହିଛି ପ୍ରଯୋଜନା ସଂସ୍ଥା ।

ଅଶ୍ଵିନୀ ତ୍ରିପାଠୀ ଓ ଶ୍ରୀ ବ୍ରାଇବାଲ ଏନ୍ଟରଟେନମେନ୍ଟ ପ୍ରଯୋଜିତ ଏହି ଫିଲ୍ମରେ ଜ୍ୟୋତିଙ୍କ ଭଉଣୀ ଚରିତ୍ରରେ ଅଭିନୟ କରିଛନ୍ତି ଦିବ୍ୟାଦିଶା ମହାନ୍ତି ଓ ଅନ୍ୟ ଏକ ଗୁରୁତ୍ଵପୂର୍ଣ୍ଣ ଚରିତ୍ରରେ ଅଭିନୟ କରୁଛନ୍ତି ଅଙ୍କିତ କୁମାର । ଏମାନଙ୍କ ବ୍ୟତୀତ ଶକ୍ତି ବରାଳ, ସୁପ୍ରିୟା ନାୟକ ଅର୍ପିତା ସାହୁ, ପ୍ରିୟମ୍ବଦା, ଅନନ୍ୟା ଦାସ ଓ ଓଡ଼ିଶାର ଲୋକପ୍ରିୟ ୟୁଟ୍ୟୁବର ରାଜୁ ଦାସ, ସନ୍ତୁ ନିଜେ ପରି କଳାକାର ମାନେ ମଧ୍ୟ ଅଛନ୍ତି । ଦୁଇ ନୂଆ ମୁହଁ ପ୍ରୀତି ବିଶ୍ବାଳ ଓ ରୋହନ୍ ଗର୍ଗ ଏ ଫିଲ୍ମର ଅନ୍ୟତମ ଆକର୍ଷଣ ।

ପ୍ରଯୋଜନା, ନିର୍ଦ୍ଦେଶନା, ଚିତ୍ରନାଟ୍ୟ ଦାୟିତ୍ବରେ ଅଛନ୍ତି ଅଶ୍ଵିନୀ ତ୍ରିପାଠୀ । କାହାଣୀ ଲେଖିଛନ୍ତି ଡ. ଦୀପକ କୁମାର ଓ କ୍ରିଏଟିଭ୍ ହେଡ୍ ଓ ପବ୍ଲିସିଟି ଡିଜାଇନର୍ ଅଛନ୍ତି ମିଡିଆ ପ୍ଲାନର ପ୍ରଣୟ ଜେଠୀ ।
ସୋମେଶ ଶତପଥୀଙ୍କ ସ୍ଵର ସଂଯୋଜନାରେ ଗୀତଗୁଡ଼ିକରେ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, ଅସୀମା ପଣ୍ଡା, ଅନ୍ତରା ଚକ୍ରବର୍ତୀ, ସ୍ଵୟଂ ପାଢ଼ୀ, ଓ ଅର୍ପିତା। ଢେଙ୍କାନାଳର ଏକ ସତ୍ୟ ଘଟଣା ଉପରେ ଆଧାରିତ ଏ ଫିଲ୍ମର ଅଧିକାଂଶ ଦୃଶ୍ୟ ସୁଟିଂ ହୋଇଛି କାମାକ୍ଷା ନଗରରେ ।

Leave A Reply

Your email address will not be published.