ବାପ ଜନ୍ମ କରିଥିଲା ପୁଅ, ହେଲେ ଶେଷ ମୁହୂର୍ତ୍ତରେ ମୁଖାଗ୍ନି ଦେଇପରିଲାନି ପୁଅ । ଏଭଳି ଘଟଣା ଦେଖିବାକୁ ମିଳିଛି ପାଟଣାଗଡ଼ରେ । ପୁଅ ତାମିଲନାଡୁ ଜେଲରେ ବାପା ଆର ପାରିରେ-ମୁଖାଗ୍ନି ଦେଇ ପାରିଲେନି ପୁଅ-ସ୍ବେଚ୍ଛାସେବୀ କଲେ ଶବ ସତ୍କାର । ତେବେ ସୂଚନା ମୁତାବକ, ଗତକାଲି ରାତିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ସହର ବ୍ରହ୍ମପୁରାର ହର ତୁମୁନିଆ (୫୮) ପାଟଣାଗଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କର ସ୍ତ୍ରୀ କିଛି ବର୍ଷ ହେବ ମୃତ୍ୟୁବରଣ କରିଥିବା ବେଳେ ତାଙ୍କର ଏକ ମାତ୍ର ପୁଅ ତାମିଲନାଡୁ ଜେଲରେ ବିଚାରାଧୀନ ବନ୍ଦୀ ଅଛନ୍ତି ଏବଂ ସେ ଅନ୍ୟ ଜାତିର ଝିଅ ବାହା ହୋଇଥିବାରୁ ମୃତ୍ୟୁ ପରେ ତାଙ୍କ ଶବ ନେବା ପାଇଁ ତାଙ୍କ ପୁଅ କିମ୍ବା ଅନ୍ୟ କେହି ଆସିନଥିଲେ । ଏ ସଂକ୍ରାନ୍ତ ରେ ଖବର ପାଇ ପାଟଣାଗଡ଼ ର ସ୍ବେଚ୍ଛାସେବୀ ମାନେ ଡାକ୍ତରଖାନା ଯାଇ ଶବକୁ ସସମ୍ମାନେ ଚାରି କାନ୍ଧ ଦେଇ ବ୍ରହ୍ମପୁରା ସ୍ଥିତ ମାୟାବତୀ ନଦୀ କୂଳରେ ଥିବା ସ୍ୱର୍ଗଦ୍ୱାର ରେ ଶବ ସତ୍କାର କରିଥିଲେ । ଶବ ସତ୍କାର ସମୟରେ ସ୍ବେଚ୍ଛାସେବୀ ଗିରିରାଜ ଭୋଇ,ରାକେଶ ପୁରୁହିତ, ବିମଳ କୁମାର ବାଗ,ଅର୍ଜୁନ ଯାଦବ,ଲିପୁ ଭୋଇ,ରଞ୍ଜିତ ଯାଦବ ,ମନୋଜ ବାଗ ପ୍ରମୁଖ ସହଯୋଗ କରିଥିଲେ । ଏହି ମହତ କାର୍ଯ୍ୟକୁ ଅଞ୍ଚଳରେ ବେଶ୍ ପ୍ରଶଂସା କରୁଛନ୍ତି ।