ପୁଣି ବନ୍ଧକଟା ବିଜେଡି ସରପଞ୍ଚଙ୍କ ନାମରେ ଅଭିଯୋଗ ।

0

ଓଡିଆ ନ୍ୟୁଜ, କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ବନ୍ଧକଟା ଗ୍ରାମ ପନଚାୟତର ବନ୍ଧକଟା ଗ୍ରାମର ସୁରେଶ ମଳିକଙ୍କ ପତ୍ନୀ ରଞୁଲତା ମଳିକ ଜିଲ୍ଲପାଳ ଅନୁପସ୍ଥିରେ ସହକାରୀ ଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ମଲ୍ଲିକଙ୍କୁ ଭେଟି ଏକ ଲିଖିତ ଅଭିଯୋଗ ପତ୍ରଦ୍ୱାରା ଜଣାଇଁଛନ୍ତି ଯେ – ସେଜଣେ ଦିନ ମଜୁରିଆ ଦଳିତ ଜାତିର ଲୋକ ଅଟନ୍ତି, ତାଙ୍କର ପୁଅ, ବୋହୁ ଏବଂ କୁନି ନାତୁଣୀ ସହିତ ଏକ ୨୮ ବର୍ଷିଆ ବଢିଲା ଝିଅ ପିଲା ମଧ୍ଯ ରହିଛି । ୨୦୨୩ ମସିହା ବ୍ଲକରୁ ପନ୍ଚାୟତକୁ ଆସିଥିବା ବିଜୁପକା ଘର ସହିତ ମୋ କୁଡିଆ ଆବାସ ଯୋଜନାରେ ପନ୍ଚାୟତ କାର୍ଯ୍ୟାଳୟରେ ଲାଗିଥିବା ଘର ତାଲିକାରେ ତାଙ୍କ ସ୍ୱାମୀଙ୍କ ନାମଥିଲା। ହେଲେ ସରପନ୍ଚ ବାବୁ ୱାର୍କ ଅର୍ଡର ଦେବାପାଇଁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ସୁରେଶ ମଳିକ ଗରିବ ହୋଇଥିବାରୁ ସରପନ୍ଚଙ୍କୁ ୨୦ ହଜାର ଟଙ୍କା ନଦେଇ ପାରିବାରୁ ରାତିକା ରାତି କୁଆଡେ କାନ୍ଥରେ ମରାଯାଇଥିବା ଲିଷ୍ଟିରୁ ସୁରେଶ ମଳିକଙ୍କ ନାମ କୁଆଡେ ଉଭେଇ ଯାଇଥିଲା । ଏବିଷୟରେ ସୁରେଶ ଏବଂ ତାଙ୍କ ପତ୍ନୀ ପନଚାୟତ କାର୍ଯ୍ୟାଳୟଠାରୁ ଆରମ୍ଭକରି ବ୍ଲକ କାର୍ଯ୍ୟାଳୟ ପର୍ୟ୍ଯନ୍ତ ବାରମ୍ବାର ଦୌଡି ଦୌଡି ନୟାନ୍ତ ହେବାପରେ କୌଣସି ସୁଫଳ ନମିଳିବାରୁ ଆଜି ବାଧ୍ୟହୋଇ ସୁରେଶଙ୍କ ଦେହ ଅସୁସ୍ଥ ଥିବାରୁ ତାଙ୍କ ପତ୍ନୀ ଏପରି ଏକ ସଂଗୀନ ମୂଳକ ଅଭିଯୋଗ ଆଣି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ତେବେ ଦେଖାଯାଉ ଆଗକୁ ଜିଲ୍ଲାପାଳ ଉକ୍ତ ଅଭିଯୁକ୍ତ ସରପନ୍ଚଙ୍କ ନାମରେ ଆଗାମୀ ଦିନରେ କିପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ଯାହା ଖାଲି ବାକିରହିଲା ଦେଖିବା ପାଇଁ ।

Leave A Reply

Your email address will not be published.