ଭୁବନେଶ୍ୱରରେ ଆରମ୍ଭ ହୋଇଛି ଭିଣ୍ଟେଜ୍ କାର ମେଳା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଭୁବନେଶ୍ୱରରେ ଆରମ୍ଭ ହୋଇଯାଇଛି ଭିଣ୍ଟେଜ୍ କାର ମେଳା । ଏହି ପ୍ରଦର୍ଶନୀ ୨ଦିନ ପାଇଁ ଆୟୋଜନ ହୋଇଛି । ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ମେଳାରେ ଭାରତର ବିଭିନ୍ନ ସ୍ଥାନରୁ ପୁନରୁଦ୍ଧାର କରାଯାଇଥିବା ୫୨ଟି କ୍ଲାସିକ୍ କାର ପ୍ରଦର୍ଶନ କରାଯାଇଛି । ଏଥିମଧ୍ୟରେ ରହିଛି ବେଞ୍ଜ, ଫୋର୍ଡ, ଫୋକ୍ସ ୱାଗନ, ରୋଲ୍ସ ରଏସ, ଜାଗୁଆର, ଏମ କେ ଭଳି ଅନେକ କାରକୁ ସ୍ଥାନ ଦିଆଯାଇଛି । ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ଏପରି ଆୟୋଜନ କରାଯାଇଥିବା ବେଳେ କାର୍ଯ୍ୟକ୍ରମରେ ସାମିଲ ହୋଇ ଖୁସି ପ୍ରକାଶ କରିଛନ୍ତି କାର ମାଲିକ । ଭୁବନେଶ୍ୱରରେ ଉଦଘାଟିତ ହୋଇଛି ପ୍ରଥମ ଓଡିଶା କନକର୍ସ ଡି-ଏଲିଗାନ୍ସ ।

ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବରମୁଣ୍ଡା ସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡିଆରେ ଆୟୋଜିତ ଏହି ପ୍ରଦର୍ଶନୀରେ ଭିଣ୍ଟେଜ୍ ଓ କ୍ଲାସିକ କାର ପ୍ରଦର୍ଶିତ କରାଯାଇଛି । ପ୍ରଦର୍ଶନୀକୁ ବୁଲି ଦେଖିବା ସହ ଏହାକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏପରି କାର୍ଯ୍ୟକ୍ରମ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.