ଓଡ଼ିଆ ନ୍ୟୁଜ, ଭୁବନେଶ୍ବର: ବନଖଣ୍ଡ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ୬୯ ତମ ବନ୍ୟଜନ୍ତୁ ସପ୍ତାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମ ରେ ସ୍ଥାନୀୟ ଅଞ୍ଚଳର ୩ ଜଣଙ୍କୁ ବନ୍ୟପ୍ରାଣୀ ସୁରକ୍ଷା ନିମନ୍ତେ ଉପଖଣ୍ଡ ସ୍ତରୀୟ ବିଜୁପଟ୍ଟନାୟକ ବନ୍ୟପ୍ରାଣୀ ସୁରକ୍ଷା ପୁରସ୍କାର ପ୍ରଦାନ କରାଯାଇଛି | ଆନନ୍ଦପୁର DFO ଅଭୟ କୁମାର ଦଳେଇ ଙ୍କ ନେତୃତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମରେ ବନ୍ୟ ବିଭାଗର ବରିଷ୍ଠ ପଦାଧିକାରୀ ଅଜିଜ ଖାନ ଙ୍କ ସମେତ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ରହି ଆନନ୍ଦପୁର ବନଖଣ୍ଡ ଅଧୀନ ରେ ଥିବା ବନ୍ୟ ସୁରକ୍ଷା ସମିତି ସଦସ୍ୟଙ୍କ ସହଭାଗିତା ରେ କିଭଳି ବନ୍ୟଜନ୍ତୁଙ୍କ ସୁରକ୍ଷା କରିହେବ ସେନେଇ ବିସ୍ତୃତ ଆଲୋଚନା କରାଯାଇଛି | ବିଶେଷ କରି ବନ୍ୟ ଜନ୍ତୁ ସୁରକ୍ଷା ନିମନ୍ତେ ଏକ ଭ୍ରାମ୍ୟମାଣ ସଚେତନତା ରଥ ର ଶୁଭାରମ୍ଭ କରାଯାଇଛି। ଏହି ରଥ ଗାଁ କୁ ଗାଁ ବୁଲି ଲୋକଙ୍କୁ ବନ୍ୟଜନ୍ତୁ ସୁରକ୍ଷା ଉପରେ ସଚେତନ କରିବ ବୋଲି ଆନନ୍ଦପୁର ଡିଏଫଓ କହିଛନ୍ତି।
Next Post