ଓଡ଼ିଆ ନ୍ୟୁଜ୍: ମଧ୍ୟ ରାତିରେ ‘ଅପରେସନ ସିନ୍ଦୂର’ ଆରମ୍ଭ କଲା ଭାରତୀୟ ସେନା । ପାକ୍ ଅଧିକୃତ କାଶ୍ମୀର ପିଓକେର ୯ଟି ଆତଙ୍କୀ ଶିବିର ଉପରେ ଆରମ୍ଭ ହେଲା ଆକ୍ରମଣ । ଭାରତୀୟ ସେନାର ସୂଚନା ଅନୁସାରେ, ପାକିସ୍ତାନ ସେନାର କୌଣସି ଶିବିର ଉପରେ ଆକମ୍ରଣ କରାଯାଇ ନାହିଁ । ପହଲଗାମ ଆତଙ୍କବାଦୀ ଆକ୍ରମଣ ବିରୋଧରେ ଭାରତ ନେଲା ପଦକ୍ଷେପ । ପାକିସ୍ତାନ ଉପରେ ଆରମ୍ଭ କରିଛି ଭାରତ ସିନ୍ଦୁର ର ବଦଲା ଅପେରସନ ସିନ୍ଦୁର ରେ ନେଇଛି ଭାରତ । ପ୍ରତିବଦଳରେ ପାକିସ୍ତାନ ଜବାବ ଦେବ ନେଇ ସୂଚନା ମଧ୍ୟ ଦେଇଛି , ପାକିସ୍ତାନ ଆତଙ୍କୀ ଶିବିର ଉପରେ ମିସାଇଲ ଆଟାକ କରିଛି ଭାରତ ବର୍ତ୍ତମାନର ପ୍ରାଥମିକ ସୂଚନା ଆତଙ୍କୀ ଏବେ ସୁଦ୍ଧା ୯୦ ଜଣ ନିପାତ ହୋଇଛନ୍ତି ।
ପହଲଗାମ ନରସଂହାର ର ବଦଲା ନେଲା ଭାରତ । ୪୮ ଘଣ୍ଟା ଲାହୋର ଏୟାରପୋର୍ଟରୁ ବିମାନ ଉଡାଣ ବନ୍ଦ କରାଯାଇଛି । କାର୍ଯ୍ୟାନୁଷ୍ଠାନ ବାବଦରେ ବିଶ୍ବକୁ ଅବଗତ କଲା ଭାରତ । ଏଥିସହ ଅପରେସନ ସିନ୍ଦୂରରେ ସାମିଲ ଥିଲେ ତିନି ସେନା । ଆର୍ମି , ଏୟାରଫୋର୍ସ ଓ ନେଭିର ମିଳିତ ଅପରେସନ । ହମଲାରେ ଭାରତର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରର ବ୍ୟବହାର କରାଯାଇଛି । ସବୁ ଟାର୍ଗେଟରେ ଲୋକେସନ ଗୁଇନ୍ଦା ସଂସ୍ଥା ଦ୍ବାରା ସ୍ପଷ୍ଟ କରାଯାଇଥିଲା । ପାକିସ୍ତାନର ୯ଟି ଆତଙ୍କୀ ଆଡ୍ଡାକୁ ଟାର୍ଗେଟ କରି ଅପେରସନ ସିନ୍ଦୂର ଆରମ୍ଭ କରାଯାଇଛି ।