ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

0

ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ | ରାଇରଙ୍ଗପୁର ସହରସ୍ତ ସିଭିଲ କୋର୍ଟ ପରିସରରେ ତାଲୁକ୍ ଆଇନ ସେବା କମିଟୀ ଆନୁକୂଲ୍ୟରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି |

ଏଥିରେ ଏ ଡି ଜେ ଦୀପକ କୁମାର, ସିନିୟର ସିଭିଲ ଜଜ୍ ହିମାଂଶୁ ଶେଖର ବିଶ୍ବାଳ, ଏସ ଡି ଜେ ଏମ୍ ସିଦ୍ଧାର୍ଥ ଶଙ୍କର ସେନାପତି ଓ ଜେ ଏମ ଏଫ୍ ସି ଅଭିଶେକ ପୁଥାଳ ପ୍ରମୁଖ ଉପସ୍ଥିତ ଥିଲେ | ଏଥିରେ ଏଡିଜେ କୋର୍ଟ ର ଏମ ଏ ସି ଟି ୧୧ଟି, ସିନିୟର ସିଭିଲ ଜଜ୍ ଟଙ୍କା ପରିଶୋଧ କେଶ୍ ୦୭ଟି, ବିବାହ ସଂକ୍ରାନ୍ତୀୟ ଗଣ୍ଡଗୋଳ ୦୩ଟି, ଜମି ଅଧିକାର କେଶ୍ ୦୧ଟି, ସିଭିଲ କେଶ୍ ୧୪ଟି, ଏସ ଡି ଜେ ଏମ କୋର୍ଟର କ୍ରିମିନାଲ କମ୍ପାଉଣ୍ଡଏବୁଲ ୦୨ଟି, ଏନ୍ ଆଇ ଏକ୍ଟ ୧୦ଟି, ବିବାହ ସଂକ୍ରାନ୍ତୀୟ ଗଣ୍ଡଗୋଳ ୦୩ଟି ତଥା ଜେ ଏମ ଏଫ୍ ସି କୋର୍ଟ ଏନ ଆଇ ଏକ୍ଟ ୦୪ଟି ଓ ବିବାହ ସଂକ୍ରାନ୍ତୀୟ ଗଣ୍ଡଗୋଳ ୦୨ଟି ସମୁଦାୟ ୫୭ଟି କେଶର ଫେସଲା କରାଯାଇଥିବା ବେଳେ ୬ଟିର ଆଶୁ ସମାଧାନ କରାଯାଇଥିଲା |

ଏଥିରେ ତିନି ଲକ୍ଷ ଟଙ୍କାରେ ସେଟେଲମେଣ୍ଟ କରାଯାଇଥିଲା | ଏଥିରେ ମଧ୍ୟ ରାଇରଙ୍ଗପୁର ସହରସ୍ତ ବିଭିନ୍ନ ବ୍ୟାଙ୍କର କର୍ମଚାରୀମାନେ ଋଣ ର ପରିଶୋଧ ନିମନ୍ତେ ଅଦାଲତରେ ବସିଥିଲେ | ଏଥି ନିମନ୍ତେ ରାଇରଙ୍ଗପୁର ତଥା ଆଖପାଖର ଲୋକେ ସିଭିଲ କୋର୍ଟ ପରିସର ରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା |

Leave A Reply

Your email address will not be published.