ଓଡ଼ିଆ ନ୍ୟୁଜ, କେନ୍ଦୁଝର: ଭଉଣୀକୁ ପର କଲା ଭାଇ । ଘରୋଇ କଳିରୁ ନିର୍ମମ ହତ୍ୟା । ଭଉଣୀକୁ ଗୁଳି କଲା ଭାଇ । ଭାଇ ଭଉଣୀ ସଂପର୍କ ଉପରେ ପଡ଼ିଲା ପୂର୍ଣ୍ଣଚ୍ଛେଦ । ଏଭଳି ଅଘଟଣା ଘଟିଛି କେନ୍ଦୁଝର ପଣ୍ଡାପଡ଼ା ଥାନା ସୋମଗିରି ଗ୍ରାମର । ନିଜ ଲାଇସେନ୍ସ ପ୍ରାପ୍ତ ବଧୁକରୁ ଗୁଳି ମାରି ଥାନାରେ ଆତ୍ମସମର୍ପଣ କଲା ଭାଇ । ଗୁରୁତର ଭଉଣୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି । ଅଭିଯୁକ୍ତ ଭାଇ ପ୍ରସନ୍ନ ବାରିକ ଏକ କମ୍ପାନୀ ରେ ଗନ ମ୍ୟାନ ଭାବେ କାର୍ଯ୍ୟ କରେ । ପ୍ରସନ୍ନର ଦେହ ଖରାପ ଥିବାରୁ ସେ ତାର ଭଉଣୀ ମାଳତୀ ବାରିକ କୁ ଟଙ୍କା ମାଗିଥିଲା । ସେ ନଦେବାରୁ ଭାଇ ପ୍ରସନ୍ନ ଉତ୍ତେଜିତ ହୋଇ ଭଉଣୀକୁ ନିଜ ବନ୍ଧୁକରୁ ଗୁଳି କରିଥିଲା । ଗୁଳିଟି ତାଙ୍କର କାନ୍ଧ ତଳେ ବାଜି ଥିବାରୁ ଭଉଣୀ ମାଳତୀ ମୃତ୍ୟୁବରଣ କରିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ବନ୍ଧୁକ ଜବତ କରିବା ସହ ପ୍ରସନ୍ନଙ୍କୁ ଥାନାକୁ ନେଇ ତଦନ୍ତ ଆରମ୍ଭ କରିଛି ।