ସୁବର୍ଣ୍ଣରେଖା ବଢି ପାଣିରେ ବୁଡିଗଲେ ଯୁବକ

0

ଓଡ଼ିଆ ନ୍ୟୁଜ୍: ବଢି ପାଣିରେ ଭାସିଗଲେ ଯୁବକ।ସୁବର୍ଣ୍ଣରେଖା ବନ୍ୟାରେ ଜଣେ ଯୁବକ ଭାସିଯାଇ ନିଖୋଜ ଥିବାର ସୂଚନା ମିଳିଛି । ଅଗ୍ନିଶମ ବିଭାଗ ଯୁବକକୁ ଠାବ କରିବା ନିମନ୍ତେ ନଦୀରେ ତଲାସୀ ଜାରି ରଖିଛନ୍ତି । ନଦୀସ୍ରୋତରେ ଭାସିଯାଇଥିବା ଯୁବକ ହେଲେ ଭୋଗରାଇ ବ୍ଲକ କୁହ୍ଲା ଗ୍ରାମର ନବକୃଷ୍ଣ ପିଳା।

ସୂଚନାନୁଯାୟୀ, ସୁବର୍ଣ୍ଣରେଖାର ଉପରମୁଣ୍ଡାରେ ଭୀଷଣ ବର୍ଷା ହେବାରୁ ତଳ ମୁଣ୍ଡାରେ ବନ୍ୟା ଦେଖାଦେଇଛି। ଝାଡ଼ଖଣ୍ଡ ଗାଲୁଡ଼ିହିରୁ ଉଦବୃତ୍ତ ବର୍ଷାପାଣି ସୁବର୍ଣ୍ଣରେଖାକୁ ନିଷ୍କାସନ ହେବାରୁ ଉତ୍ତର ବାଲେଶ୍ୱର ଜଳେଶ୍ୱର, ବସ୍ତା, ବାଲିଆପାଳ ଓ ଭୋଗରାଇ ବ୍ଲକରେ ବନ୍ୟାସ୍ଥିତି ଗମ୍ଭୀର ହୋଇଛି । ଏଭଳି ସ୍ଥିତିରେ ୩ ନିର୍ବାଚନ ମଣ୍ଡଳୀର ବିଧାୟିକା ଓ ବିଧାୟକ ସହିତ ବିଭାଗ ଓ ପ୍ରଶାସନ ବନ୍ୟାପ୍ଲାବିତ ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଖବର ଲେଖାକୁ ସୁବର୍ଣ୍ଣରେଖା ରାଜଘାଟଠାରେ ବନ୍ୟଜଳ ହ୍ରାସ ପାଉଥିବାବେଳେ ଭୋବରାଇ ଓ ବାଲିଆପାଳ ନଦୀକୂଳିଆ ଗାଁ ରେ ପାଣି ବଢୁଛି।

Leave A Reply

Your email address will not be published.