କୁକୁର କାମୁଡ଼ାରେ ମୃତ୍ୟୁ ପାଇଁ ୧୦ ଲକ୍ଷ କ୍ଷତିପୂରଣ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  କୁକୁର କାମୁଡ଼ାରେ ମୃତ୍ୟୁ ପାଇଁ ୧୦ ଲକ୍ଷ କ୍ଷତିପୂରଣ । ମୃତକଙ୍କ ପରିବାରୁ କ୍ଷତିପୂରଣ ରାଶି ଦେବାକୁ ପୁରୀ ପୌରପାଳିକାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ୨୦୧୬ରେ ପୁରୀରେ ବୁଲା କୁକୁର କାମୁଡାରେ ଜଣେ ୪ ବର୍ଷୀୟ ଶିଶୁର ମୃତ୍ୟୁ ହୋଇଥିଲା ।

ଏହି ମାମଲାର ଶୁଣାଣି କରି ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି ଓଡ଼ିଶା ହାଇକୋର୍ଟ । ମୃତ ଶିଶୁର ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କୋର୍ଟ ପୁରୀ ପୌରପାଳିକାକୁ ନିର୍ଦ୍ଦେଶ ଦେଇଛନ୍ତି । ୨୦୧୬ ମସିହାରେ ଘଟିଥିଲା ଏହି ଘଟଣା । ପୁରୀ ଜଗନ୍ନାଥ କଲୋନୀରେ ଏକ ୪ ବର୍ଷର ଶିଶୁର ବୁଲା କୁକୁର ଆକ୍ରମଣର ଶୀକାର ହୋଇ ମୃତ୍ୟୁ ହୋଇଥିଲା ।ସୂଚନାଯୋଗ୍ୟ ଯେ, ୨୦୧୬ ମସିହାରେ ପୁରୀ ଜଗନ୍ନାଥ କଲୋନୀରେ ଜଣେ ଶିଶୁକୁ ଝୁଣି ମାରିଥିଲା କୁକୁର । କୁକୁର କାମୁଡାରେ ୪ ବର୍ଷ ଶିଶୁର ମୃତ୍ୟୁ ହୋଇଥିଲା ।

ଏ ନେଇ ହାଇକୋର୍ଟରେ ଏକ ମାମଲା ଦାୟର ହୋଇଥିଲା । ତେବେ ମାମଲାର ଶୁଣାଣି ବେଳେ ପୁରୀ ମ୍ୟୁନିସିପାଲଟି କର୍ତ୍ତୃପକ୍ଷ ଜବାବ ରଖିଥିଲେ ଯେ, କ୍ଷତିପୂରଣ ଦେବାର ପ୍ରବଧାନ ମ୍ୟୁନିସିପାଲଟି ଆକ୍ଟରେ ନାହିଁ । କିନ୍ତୁ ଏଭଳି ଘଟଣା ସଂକ୍ରାନ୍ତୀୟ ଏକାଧିକ ମାମଲାର ରାୟକୁ ଆବେଦନକାରୀ କୋର୍ଟରେ ପେସ୍ କରିଥିଲେ । ଯାହାକୁ କୋର୍ଟ ଗ୍ରହଣ କରିବା ସହିତ ପୀଡିତ ପରିବାରକୁ ତୁରନ୍ତ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ହାଇକୋର୍ଟ ନିର୍ଦ୍ଦେଳ ଦେଇଛନ୍ତି । ଏହାସହିତ କୁକୁର ବନ୍ଧ୍ୟାକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ମଧ୍ୟ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.