ଓଡ଼ିଆ ନ୍ୟୁଜ୍: ୨୦୨୭ ଜନଗଣନା ପାଇଁ ୧୧,୭୧୮.୨୪ କୋଟିର ବଜେଟ୍।୧୧,୭୧୮.୨୪ କୋଟିର ବଜେଟ୍କୁ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ।ସାମ୍ବାଦିକ ସମ୍ମିଳନୀରେ ଘୋଷଣା କଲେ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଦେଶରେ ଦୁଇଟି ପର୍ଯ୍ୟାୟରେ ହେବ ଜନଗଣନା। ୨୦୨୬ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ପ୍ରସ୍ତୁତ ହେବ ଘର ତାଲିକା। ୨୦୨୭ ଫେବ୍ରୁଆରୀ ମାସରେ ହେବ ଜନଗଣନା।ଡିଜିଟାଲ ଉପାୟରେ ୨୦୨୭ ଜନଗଣନା ହେବ- ଅଶ୍ବିନୀ ବୈଷ୍ଣବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଶୁକ୍ରବାର (୧୨ ଡିସେମ୍ବର, ୨୦୨୫) ତିନୋଟି ପ୍ରମୁଖ ନିଷ୍ପତ୍ତି ନେଇଛି। ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କାର ବଜେଟ ଆବଣ୍ଟନ ହୋଇଛି, ସେହିପରି କୋପ୍ରା ଏମଏସପି ବୃଦ୍ଧି କରାଯାଇଛି । ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, “୨୦୨୭ ଜନଗଣନା ସମ୍ପର୍କରେ ଏକ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ୧୧,୭୧୮ କୋଟି ଟଙ୍କାର ବଜେଟ୍ ଆବଣ୍ଟନ ହୋଇଛି। ଦ୍ୱିତୀୟତଃ, କୋଇଲା କିମ୍ବା ଶକ୍ତି କ୍ଷେତ୍ରରେ ଏକ ପ୍ରମୁଖ ସଂସ୍କାର କରାଯାଇଛି। ତୃତୀୟତଃ, କୃଷକମାନଙ୍କ ସହ ଜଡିତ ଏକ ନିଷ୍ପତ୍ତି ନିଆଯାଇଛି।”