ଓଡ଼ିଆ ନ୍ୟୁଜ୍: ଆଉ ୧୧୪ ରାଫେଲ କିଣିବା ନେଇ ହେବ ବଡ଼ ପ୍ରତିରକ୍ଷା ଚୁକ୍ତି।୩.୨୫ ଲକ୍ଷ କୋଟି ଟଙ୍କା ବ୍ୟୟରେ କିଣାଯିବ ରାଫେଲ୍। ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଦିଲ୍ଲୀ ଗସ୍ତ ପୂର୍ବରୁ ସ୍ବାକ୍ଷରିତ ହେବ ରାଜିନାମା।ଭାରତ ଇତିହାସରେ ହେବ ସବୁଠାରୁ ବଡ଼ ପ୍ରତିରକ୍ଷା ରାଜିନାମା।ବର୍ତ୍ତମାନ ଭାରତ ପାଖରେ ୩୬ଟି ଲଢ଼ୁଆ ରାଫେଲ୍ ରହିଛି।ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକରଁଙ୍କ ଭାରତ ଗସ୍ତ ପୂର୍ବରୁ ବାୟୁସେନା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ନେତୃତ୍ୱାଧୀନ ଡିଏସିକୁ ଏହି ପ୍ରସ୍ତାବ ଦେବ ବୋଲି ସୋମବାର ସୂଚନା ଦେଇଛି । ରାଷ୍ଟ୍ରପତି ମାକରଁ ନୂଆଦିଲ୍ଲୀଠାରେ ଆୟୋଜନ ହେବାକୁ ଯାଉଥିବା ଏଆଇ ସମ୍ମିଳନୀରେ ଯୋଗ ଦେବାକୁ ଚଳିତ ମାସ ୧୫ରୁ ୧୭ ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସୁଛନ୍ତି।
ବାୟୁସେନା ରଖିଥିବା ପ୍ରସ୍ତାବ ମଧ୍ୟରେ ୧୧୪ଟି ରାଫାଲ୍ ମଧ୍ୟରୁ ୧୮ଟି ଫ୍ରାନ୍ସରୁ ଆମଦାନୀ କରାଯିବ। ବାକି ୯୬ ବିମାନ ଘରୋଇ ଉଦ୍ୟୋଗ ସହଯୋଗିତାରେ ଭାରତରେ ନିର୍ମାଣ କରାଯିବ। ଏଥିପାଇଁ ମୋଟ ୩.୨୫ ଲକ୍ଷ କୋଟି ଟଙ୍କା ବ୍ୟୟ କରାଯିବ। ବର୍ତ୍ତମାନ ଭାରତୀୟ ବାୟୁସେନାରେ ୩୬ଟି ରାଫଲ୍ ନିୟୋଜିତ ରହିଛି। ଅପରେସନ ସିନ୍ଦୂର ବେଳେ ଏହି ବିମାନଗୁଡିକ ଦ୍ୱାରା ଭାରତୀୟ ବାୟୁସେନା ଚମତ୍କାରିତା ଦେଖାଇ ପାକିସ୍ତାନର ବହୁ ପ୍ରତିରକ୍ଷା ଅନୁଷ୍ଠାନ ଏବଂ ଆତଙ୍କବାଦୀ ଶିବିରଗୁଡିକ ଉପରେ ଆକ୍ରମଣ କରିଥିଲା।