ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅନୁସୂଚିତ ଜାତି ଓ ଜନଜାତି (ଏସସି/ଏସଟି) ସଂରକ୍ଷଣ ମାମଲାରେ ସର୍ବୋଚ୍ଚ କୋର୍ଟ ଦେଇଥିବା ରାୟକୁ ବିରୋଧ କରି ଆଜି ଦେଶବ୍ୟାପୀ 12 ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି । ‘ସଂରକ୍ଷଣ ବଞ୍ଚାଓ ସଂଘର୍ଷ ସମିତି’ ଏହି ଡାକରା ଦେଇଛି ।
ଏହାକୁ ଏକାଧିକ ପଛୁଆ ବର୍ଗର ସମାଜିକ ଓ ରାଜନୈତିକ ସଂଗଠନ ମଧ୍ୟ ସମର୍ଥନ ଘୋଷଣା କରିଛନ୍ତି । ଫଳରେ ସକାଳୁ ସକାଳୁ ଦେଶର ବିଭିନ୍ନ ସ୍ଥାନରେ ଏହାର ପ୍ରଭାବ ଦେଖିବାକୁ ମିଳିଲାଣି । ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । କୌଣସି ସ୍ଥାନରେ ହିଂସା ପରି ସ୍ଥିତି ସୃଷ୍ଟି ହେଲେ ପୋଲିସକୁ ତୁରନ୍ତ କାର୍ଯ୍ୟାନଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ମିଳିଛି । ଏହାର ପ୍ରଭାବ କେନ୍ଦୁଝର ଜିଲ୍ଲାରେ ମଧ୍ୟ ପରିଲକ୍ଷିତ ହୋଇଛି।
ଏସଟି,ଏସି ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବନ୍ଦ ଡ଼ାକରା ଦିଯାଇଥିବା ଏହି ଡ଼ାକରା ର ପ୍ରଭାବରେ କେନ୍ଦୁଝର ଜିଲ୍ଲାର ମୁଖ୍ୟାଳୟ ସହ ଆନନ୍ଦପୁର, ଯୋଡ଼ା, ବଡବିଲ ଆଦି ସ୍ଥାନରେ ଦେଖିବାକୁ ମିଳିଛି। କ୍ରିୟାନୁଷ୍ଠାନ ର କାର୍ଯ୍ୟକର୍ତ୍ତା ରାସ୍ତା ଘାଟ ବନ୍ଦ କରିବା ସହ ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ବାଣିଜ୍ୟ ଅନୁଷ୍ଠାନ ଗୁଡ଼ିକୁ ବନ୍ଦ କରିବା ସହ ସକାଳୁ ଯାତ୍ରୀବାହୀ ଟ୍ରେନ୍ ବନ୍ଦ କରିଥିଲେ। ଏହି ବନ୍ଦ ଡାକରା ନେଇ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
Comments are closed.