ରାଜ୍ୟରେ ରହିବନି ଡାକ୍ତରଙ୍କ ଅଭାବ, ଆଜି ୧୨୦୫ ଜଣଡାକ୍ତରଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ରାଜ୍ୟରେ ରହିବନି ଡାକ୍ତରଙ୍କ ଅଭାବ । ସ୍ବାସ୍ଥ୍ୟସେବାରେ ଓଡ଼ିଶା ଛୁଇଁବ ଆଉ ଏକ ମାଇଲଖୁଣ୍ଟ। ରାଜ୍ୟରେ ନିଯୁକ୍ତ ହେବେ ନୂଆ ଏଲୋପାଥି ମେଡିକାଲ ଅଫିସର। ଆଜି ୧୨୦୫ ଜଣ ନବ ନିଯୁକ୍ତ ଡାକ୍ତରଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ସନ୍ଧ୍ୟାରେ କଳିଙ୍ଗ ଷ୍ଟାଡିୟମରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହେବ ।

କରମଣ୍ଡଳ ଦୁର୍ଘଟଣାରେ ମୃତକଙ୍କ ଆତ୍ମା ସଗଦତି ପାଇଁ ଏକ ମିନିଟ ନିରବ ପ୍ରାର୍ଥନା କରାଯିବ। ପରେ ନବ ନିଯୁକ୍ତ ମେଡିକାଲ ଅଫିସରଙ୍କୁ ନିଯୁକ୍ତି ପତ୍ର ସହିତ ଷ୍ଟେଥୋସ୍କୋପ ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ। ପ୍ରତ୍ୟେକ ଜୀବନ ମୂଲ୍ୟବାନ, ମୁଖ୍ୟମନ୍ତ୍ରୀଙ୍କ ଏହି ମନ୍ତ୍ରକୁ ସାର୍ଥକ କରୁଛି ସ୍ବାସ୍ଥ୍ୟ ବିଭାଗ। ୧୦ ବର୍ଷରେ ରାଜ୍ୟରେ ପ୍ରତିଷ୍ଠା ହୋଇଛି ୮ଟି ସରକାରୀ ମେଡିକାଲ କଲେଜ ଏବଂ ୨ଟି ପିଜି ଇନଷ୍ଟିଚ୍ୟୁଟ।

୨୦୦୦ ମସିହାରେ ବର୍ଷକୁ ୩୨୧ ଜଣ ଡାକ୍ତର ଓ ୨୫୪ ସ୍ପେଶାଲିଷ୍ଟ ବାହାରୁଥିବା ବେଳେ ଏବେ ୨୨ଶହ ଡାକ୍ତର ଓ ୮୨୬ ସ୍ପେଶାଲିଷ୍ଟ ବାହାରୁଛନ୍ତି। ୨୦୨୩ ଡିସେମ୍ବର ସୁଦ୍ଧା ଓଡ଼ିଶାକୁ ଡାକ୍ତର ବଳକା ରାଜ୍ୟ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି।

Leave A Reply

Your email address will not be published.