ଆଜି ମା ନେବେ ବିଦାୟ:କଟକ ଦେବୀଗଡା ଘାଟରେ ବିସର୍ଜନ ନେବେ ୧୫୦ରୁ ଅଧିକ ମୂର୍ତ୍ତି

0

 ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ସରିଲା ଦଶହରା, ଆଜି ମେଲାଣି ନେବେ ମା’ ଦୁର୍ଗା। ଗତକାଲି ବିଭିନ୍ନ ପୂଜା ମଣ୍ଡପରେ ବିଜୟା ଦଶମୀ ଶେଷ ହେବାପରେ ପରେ ଆଜି ମା’ଙ୍କୁ ମେଲାଣି ଦିଆଯିବ।।

ସମସ୍ତ ପୂଜା ମଣ୍ଡପ ମାନଙ୍କରେ ଶେଷ ହୋଇଛି ମା ଜଗତ ଜନନୀ ଦୁର୍ଗତି ନାସିନୀଙ୍କ ଆରଧନା।। ପୂଜା ମଣ୍ଡପ ମାନଙ୍କରେ ସମସ୍ତ ମୃଣ୍ମୟୀ ମୂର୍ତ୍ତି କୁ କରାଯାଇଛି ବିସର୍ଜନ । ମର୍ତ୍ତ୍ୟରେ ଆବହନ ହୋଇଥିବା ଦୁର୍ଗା ମା ନେବେ ଏବେ ବିଦାୟ । ମାଙ୍କୁ କରାଯିବ ଜଳାଶାୟୀ । କଟକ ରେ ଆଜି ପାଖ ପାଖି 150 ରୁ ଉର୍ଦ୍ଧ୍ବ ମା ଦୁର୍ଗା ଙ୍କ ମୂର୍ତ୍ତି ର ଦେବୀଗଡା ଠାରେ ବିସର୍ଜନ କରାଯିବ।।

ଏ ନେଇ କଟକ ଦେବୀଗଡ଼ାରେ ପ୍ରଶାସନ ତରଫରୁ କରାଯାଇଛି ବ୍ୟାପକ ପ୍ରସ୍ତୁତି । ଦେବୀଗଡ଼ାରେ ମେଢ଼ ଗୁଡିକ କିପରି ଠିକ ଭାବରେ ନଦୀ ନିକଟକୁ ଯିବେ ତାହା ପାଇଁ ପ୍ରସସ୍ତିକରଣ ରାସ୍ତା ସହିତ ଉଜ୍ଜ୍ବଳ ଆଲୋକିକରଣ ର ବ୍ୟବସ୍ଥା କରାଯାଇଛି।।

ଶ୍ରଦ୍ଧାଳୁମାନଙ୍କ ପାଇଁ ଶୃଙ୍ଖଳା ସହିତ ଦର୍ଶନ ନିମନ୍ତେ କରାଯାଇଛି ବ୍ୟାପକ ଵ୍ୟଵସ୍ଥା । ଅଧିକ ମେଢ଼ ବିସର୍ଜନ ହେବାକୁ ଥିବାରୁ ଦେବୀଗଡ଼ାରେ ହୋଇଛି ତିନୋଟି ଅସ୍ଥାୟୀ ପୋଖରୀ । ପୋଲିସ ପ୍ରଶାସନ ତରଫରୁ ଶୃଙ୍ଖଳିତ ଭସାଣି ପାଇଁ ମୁତୟନ ହେବେ 55 ପ୍ଲାଟୁନ ଫୋର୍ସ । 300 ରୁ ଉର୍ଦ୍ଧ୍ବ ସିସିଟିଭି ମାଧ୍ୟମରେ ରଖାଯିବ ନଜର।।

Leave A Reply

Your email address will not be published.