ଓଡିଆ ନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ନକଲି ଟେଲମା ମେଡ଼ିସିନ ଘଟଣାରେ ଦୁଇ ଅଭିଯୁକ୍ତଙ୍କ ଜାମିନ କଟକ ଏସଡିଜେଏମଙ୍କ କୋର୍ଟରେ ଖାରଜ ହେବା ପରେ ଜିଲା ଦୌରାଜଜ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଦୌରାଜଜଙ୍କ ଅଦାଲତରେ ଜାମିନ ପାଇଁ ଆବେଦନ କରିଛନ୍ତି ଦୁଇ ଅଭିଯୁକ୍ତ ରାହୁଲ କୟାଲ ଓ ସଞ୍ଜୟ ଜଲାନ।ନକଲି ମେଡ଼ିସିନ ଜବତ ଘଟଣା। କଟକ ଡିସିପି ପିନାକ ମିଶ୍ର ଗତକାଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ଯେ, ଦୁଇ ଅଭିଯୁକ୍ତ ରାହୁଲ କୁମାର କୟାଲ ଓ ସଂଜୟ କୁମାର ଜଲାନଙ୍କୁ ଗିରଫ କରାଯାଇଛି।
ଗତକାଲି ଦୁଇ ଅଭିଯୁକ୍ତଙ୍କୁ କଟକ ଏସଡିଜେଏମ ଅଦାଲତରେ କୋର୍ଟ ଚାଲାଣ କରାଯିବା ପରେ ଜାମିନ ଖାରଜ ହେବାରୁ ଜେଲ ଯାଇଥିଲେ। ଅନ୍ୟ ପଟରେ ଦୁଇ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିବ କମିଶନରେଟ ପୋଲିସ। ଗୟା ଓ ବାଙ୍ଗାଲୋରରୁ ନକଲି ଔଷଧ ଓଡିଶା ଆସୁଥିଲା। ଅଧିକ ତଦନ୍ତ ପାଇଁ ଏହି ଦୁଇଟି ଜାଗାକୁ ପୋଲିସର ଏକ ସ୍ୱତନ୍ତ୍ର ଟିମ ଯାଉଥିବା ବେଳେ କେବେ ଠାରୁ ଓ କେତେ ପରିମାଣରେ ଏହି ନକଲି ଔଷଧ କାରବାର ଚାଲିଥିଲା ସେ ନେଇ ତଦନ୍ତ ଜାରି ରହିଛି।