ଝାରପଡା ଗୁଳିମାଡ଼ ଘଟଣାରେ ୨ ଜଣ ଗିରଫ: ପ୍ରଭାତର ୨ ବଡିଗାର୍ଡଙ୍କୁ ଗିରଫ କରିବା ସହ ୨ ଟି ବନ୍ଧୁକ ଓ ଅଫୁଟା ଗୁଳି ଜବତ କରିଛି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବୁଧବାର, ରାତି ୧୧ । ଝାରପଡାର ଶିଖର ଜେନାଙ୍କ ବଡ଼ପୁଅ ଦୀପକ ଜଗନ୍ନାଥନଗର, ପ୍ରଜାପତି କଲ୍ୟାଣମଣ୍ଡପ ସମ୍ମୁଖ ଦେଇ ଆସୁଥିବା ବେଳେ ବିଜେପିର କର୍ପୋରେଟର ପ୍ରାର୍ଥୀ ପ୍ରଭାତ ମାର୍ଥା ତାଙ୍କ ଗାଡି ଅଟକାଇଥିଲେ। ଗଣ୍ଡଗୋଳ ବଢିବାରୁ ଦୀପକ ତାଙ୍କ ବାପା ଓ ଭାଇ ଆଲୋକଙ୍କୁ ଘଟଣାସ୍ଥଳକୁ ଡାକିଥିଲେ। ତେବେ ଏଥିରେ ଉତ୍ତ୍ୟକ୍ତ ହୋଇ ପ୍ରଭାତ ଓ ତାଙ୍କ ଦୁଇ ସହଯୋଗୀ ଅତର୍କିତ ଗୁଳି ଚାଳନା କରିଥିଲେ। ରକ୍ତାକ୍ତ ଅବସ୍ଥାରେ ଶିଖର ଓ ପୁଅ ଆଲୋକଙ୍କୁ ପ୍ରଥମେ କ୍ୟାପିଟାଲ ଓ ପରେ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୁଖ୍ୟ ଅଭିଯୁକ୍ତ ପ୍ରଭାତ କେଉଁଆଡ଼େ ଫେରାର ହୋଇଯାଇଥିବା ବେଳେ ତାଙ୍କ ବଡ଼ିଗାର୍ଡ ଦିବାକର କଳସ ଓ ରାଜା ସାହୁଙ୍କୁ ଗିରଫ କରିଛି ପୋଲିସ । ଗୋଟିଏ ବନ୍ଧୁକ ଲାଇସେନ୍ସ ପ୍ରାପ୍ତ ହୋଇଥିବା ବେଳେ ଅନ୍ୟଟି ସମ୍ପର୍କରେ ଖୋଳତାଡ଼ ଚାଲିଥିବା କହିଛି ପୋଲିସ ।

 ରାଜନୈତିକ ଶତ୍ରୁତା ନେଇ ଶିଖର ଙ୍କ ଭାଇ ଶ୍ରୀଧର ଜେନା ଗୋଟିଏ ଏତଲା ଦେଇଥିବା ପରେ ଓଲଟା କାଉଣ୍ଟର ଏତଲା ଦେଇଛନ୍ତି ପ୍ରଭାତଙ୍କ ପତ୍ନୀ ପ୍ରିୟଦର୍ଶିନୀ ମାର୍ଥା । ଘଟନସ୍ଥଳରେ ସରଜମିନ ଯାଞ୍ଚ କରିଛି ସାଇଣ୍ଟିଫିକ ଟିମ । କେତେ ଦୂରତାରୁ ଗୁଳି ଫୁଟିଲା, ଯେଉଁ ବନ୍ଧୁକରୁ ଗୁଳି ଫୁଟିଛି ତାର ଵାଲାଷ୍ଟିକ ଟେଷ୍ଟ ନେଇ ଖୋଳତାଡ଼ ଆରମ୍ଭ ହୋଇଛି। ତେବେ ଏଠି ପ୍ରଶ୍ନ ଉଠୁଛି ପ୍ରଭାତ ଯଦି ନିର୍ଦ୍ଦୋଷ ସେ ଫେରାର ହେଇଛନ୍ତି କଣ ପାଇଁ ? ବିଜେପିର କିଛି ବରିଷ୍ଠ ନେତା ରାଜଧାନୀରେ ଅପରାଧୀଙ୍କୁ ପ୍ରଶୟ ଦେଇନାହାନ୍ତି ତ ? ପୂର୍ବରୁ ପୌର ନିର୍ବାଚନ ,ବାଲିଘାଟ, ସୁଧ ବେପାରକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଶତ୍ରୁତା ଥିଲା । ଏଣୁ ଭାଇଗିରି କୁ ବାସ୍ତବ ରୂପ ଦେବାକୁ ସର୍ବସମ୍ମୁଖରେ ଏଭଳି ଗୁଳିମାଡ଼ ହେଇଥିବା ସୂଚନା ମିଳିଛି।  ସେପଟେ କମିଶନରେଟ ପୋଲିସର କହିବା କଥା ହେଉଛି ଆଇନ ଆଗରେ ସମସ୍ତେ ସମାନ। ଯିଏ ଆଇନକୁ ହାତକୁ ନେବ, ପୋଲିସ ତା ହାତରେ ହାତକଡୀ ପକାଇବ ।

Leave A Reply

Your email address will not be published.