ଓଡିଆ ନ୍ୟୁଜ୍(ବ୍ୟୁରୋ): ଦେବଗଡ ଜିଲ୍ଲା ପୁଲିସ ସ୍ପେଶାଲ ସ୍କ୍ବାର୍ଡକୁ ମିଳିଛି ପୁଣି ଏକ ସଫଳତା l ବେଆଇନ ହନୁମାନ ପଇସା କାରବାରରେ ଲିପ୍ତ 2 ଅଭିଯୁକ୍ତଙ୍କୁ ଗ୍ରାହକ ବେଶରେ ଯାଇ କାବୁ କରିଛି ପୋଲିସ l ସେମାନଙ୍କ ନିକଟରୁ ଗୋଟିଏ ହନୁମାନ ପଇସା ଜବତ କରିଛି l
ମିଳିଥିବା ସୂଚନା ଅନୁଯାଇ ରିଆମାଳ ଥାନା ଅନ୍ତର୍ଗତ ସମ୍ବଲପୁର – ଦେବଗଡ଼ ସୀମାନ୍ତ ଗ୍ରାମର କେତେକ ବ୍ୟକ୍ତି ଦେବଗଡ଼ ଜିଲ୍ଲା ରିଆମାଳ ଥାନାଞ୍ଚଳରେ ହନୁମାନ ପଇସା ବିକ୍ରି ପାଇଁ ଉଦ୍ୟମ କରୁଥିଲେ। ସୂଚାନା ପାଇ ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଜିଲ୍ଲା ପୁଲିସ ସ୍ପେଶାଲ ସ୍କ୍ବାର୍ଡ ଗ୍ରାହକ ବେଶରେ ଉକ୍ତ ବେପାରୀଙ୍କ ଠାରୁ ହନୁମାନ ପଇସା କିଣିବାକୁ 1 କୋଟି ଟଙ୍କାରେ ଡିଲ କରିଥିଲେ। ଆଜି ପ୍ରତ୍ୟୁଷରେ ହନୁମାନ ପଇସା ଧରି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଅନ୍ତର୍ଗତ ଗୌଡ଼ପଡା ଗ୍ରାମର ସରୋଜ ବାଦୀ ଓ ଟଙ୍କଧର ବାଦୀ ତାରଙ୍ଗ ଗ୍ରାମ ଛକ ନିକଟରେ ଜଗିବସିଥିଲେ। ଏତିକି ବେଳେ ସ୍ପେଶାଲ ସ୍କ୍ବାର୍ଡ ସେମାନଙ୍କୁ କାବୁ କରିଥିଲା l ଆଜି ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଏସପି ରାଜକିଶୋର ପାଇକରାୟ ସୂଚନା ଦେଇଛନ୍ତି।