ମୁମ୍ବାଇରେ କରୋନାରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ

0

ଓଡ଼ିଆ ନ୍ୟୁଜ୍: ପୁଣି ଡରାଇଲାଣି କରୋନା । କିଛି ବର୍ଷର ବିରତି ପରେ ପୁଣି କଡ ଲେଉଟାଇଛି ଭୁତାଣୁ । ସେପଟେ ମୁମ୍ବାଇରେ କରୋନାରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କେଇଏମ ହସ୍ପିଟାଲରେ ଚିକିତ୍ସିତ ଥିଲେ ଆକ୍ରାନ୍ତ । ୨ ରୋଗୀ ଗୁରୁତର ରୋଗରେ ପୀଡ଼ିତ ଥିଲେ । ଜଣେ ରୋଗୀ ମୁଖ ଗହ୍ୱର କର୍କଟରେ ଆକ୍ରାନ୍ତ ଥିଲେ ।

ଅନ୍ୟ ଜଣେ କିଡନୀ ଜନୀତ ରୋଗରେ ପୀଡ଼ିତ ଥିଲେ ।ମୁମ୍ବାଇରେ ଦୁଇ କରୋନା ଆକ୍ରାନ୍ତଙ୍କ ପରେ ପ୍ରତିକ୍ରିୟା ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । କହିଛନ୍ତି, ଏହା କୋଭିଡ୍‌ର ନୂଆ ଭାରିଆଣ୍ଟ ନୁହେଁ । ଏହା ଓମିକ୍ରନର ସବଭାରିଆଣ୍ଟ । କେନ୍ଦ୍ର ସରକାର ଏପର୍ଯ୍ୟନ୍ତ କୌଣସି ମାର୍ଗଦର୍ଶିକା ଜାରି କରିନାହାନ୍ତି । କି ଆମ ସହ ଆଲୋଚନା କରିନାହାନ୍ତି ।

 

Leave A Reply

Your email address will not be published.