ଚିନ୍ତା ବଢ଼ାଉଛି କରୋନା, କଟକରୁ 2 କୋଭିଡ ଆକ୍ରାନ୍ତ ଚିହ୍ନଟ

0

ଓଡ଼ିଆ ନ୍ୟୁଜ୍:ଚିନ୍ତା ବଢ଼ାଉଛି କରୋନା । କଟକରୁ ଚିହ୍ନଟ ହେଲେ ୨ କୋଭିଡ ଆକ୍ରାନ୍ତ । ୪୫ ବର୍ଷୀୟ ଜଣେ ବ୍ୟକ୍ତି କୋଭିଡ ପଜିଟିଭ ହୋଇଥିବା ଟେଷ୍ଟରୁ ଜଣା ପଡିଛି।ସେ ଗତ କିଛି ଦିନ ଧରି ଥଣ୍ଡାଜ୍ୱରରେ ପୀଡ଼ିତ ଥିଲେ । କୋଭିଡ ଟେଷ୍ଟ୍‌ କରାଇବାରୁ ସେ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେପଟେ କଟକ ରାଉତପାଟଣା ଅଞ୍ଚଳର ବୃଦ୍ଧ ପଜିଟିଭ୍ ଚିହ୍ନଟ।

ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ଥିବା ସୂଚନା।ସୂଚନା ଦେଲେ କଟକ ସିଡିଏମ୍ଓ ପ୍ରଶାନ୍ତ ହୋତା।  ଗତ ମେ ୮ ତାରିଖରେ ଭୁବନେଶ୍ବରରେ ଜଣେ ବୟସ୍କ ପୁରୁଷ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିଲେ । ତାଙ୍କୁ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ତେବେ ତାଙ୍କର ଟ୍ରାଭେଲ୍‌ ହିଷ୍ଟ୍ରି ଜଣାପଡ଼ି ନାହିଁ ।

Leave A Reply

Your email address will not be published.