ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରବିବାର ସକାଳ କାଳ ସାଜିଥିଲା। ପୁରୀ- କୋଣାର୍କ ବେଳାଭୂମି ରାସ୍ତା ମୁଦୁଲି ଛକରେ ସତେ ଯେମିତି ମୃତ୍ୟୁ ଛକି ବସିଥିଲା।ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ଆନ୍ଧ୍ରପ୍ରଦେଶ ଚିତୋର ଓ ନେଲୋର୍ ଜିଲ୍ଲାର ଶ୍ରଦ୍ଧାଳୁ କୋଣାର୍କରୁ ଅଟୋ ଯୋଗେ ପୁରୀ ଅଭିମୁଖେ ଫେରୁଥିଲେ।ପୁରୀ-କୋଣାର୍କ ବେଳାମାର୍ଗରେ ଟ୍ରାଭେରା , ବାଇକ, ଅଟୋ ସିରିଜ ଦୁର୍ଘଟଣା ଘଟିଛି।ଘନଶ୍ୟାମ ହେମଲତା କଲେଜ ନିକଟରେ ବାଇକ ଚକ ଫାଟିଯାଇଥିଲା। ଫଳରେ ସିରିଜ ଦୁର୍ଘଟଣା ଘଟିଥିଲା। ଟ୍ରାଭେରା ପୁରୀରୁ କୋଣାର୍କ ଅଭିମୁଖେ ଯାତ୍ରା କରୁଥିବା ବେଳେ ପୁରୀ ଅଭିମୁଖେ ପେରୁଥିଲେ ଅଟୋ ସହ ବାଇକ l
ବେଳାମାର୍ଗରେ ଆସୁଥିବା ଟ୍ରାଭେର ର ଚକା ଲିକ ହୋଇ ପଡିଥିଲା। ସେହି ସମୟ ଆସୁଥିବା ବାଇକ ର ମଧ୍ୟ ଲିକ ହୋଇଯାଇଥିଲା l ଲିକ ହେବା ପରେ ଟ୍ରାଭେରା ଭାରସାମ୍ୟ ହରାଇ ପୁରୀ ଆସୁଥିବ ଅଟୋ ଓ ବାଇକକୁ ମୁହାଁ ମୁହିଁ ମାଡ଼ ହୋଇଥିଲା l ମାଡ଼ ହେବା ପରେ ସେଠାରେ ଥିବା ସ୍ଥାନୀୟ ଲୋକ ମାନେ ରୁଣ୍ଡ ହୋଇ ଦୁର୍ଘଟଣାରେ ଗୁରୁତର ହୋଇଥିବା ବ୍ୟକ୍ତିମାନଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟ ପଠାଇ ଦେଇଥିଲେ l ମେଡିକାଲରେ ପହଞ୍ଚିବା ପରେ ଚିକିତ୍ସା କରାଯାଉଥିବା ସମୟରେ ଡାକ୍ତର 2ଜଣଙ୍କୁ ମୃତ ଘୋଷଣା କରିଥିଲେ।ମୃତକ ମହିଳା ହେଉଛନ୍ତି ଆନ୍ଧ୍ରପ୍ରଦେଶ ଚିତୋର ଅଞ୍ଚଳର ୫୦ ବର୍ଷୀୟା ଆମୁଲୁ ଓ ମୃତ ଅଟୋ ଡ୍ରାଇଭର ପୁରୀ ଧୋବାସାହିର ରାଜେଶ।ଦୁଇ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ୧୨ ଜଣ ଗୁରୁତର ସଦର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।