ବିଷାକ୍ତ ମଦ ପିଇ ୨ ମୃତ

0

ଓଡ଼ିଆ ନ୍ୟୁଜ୍: ବିଷାକ୍ତ ମଦ ନେଲା 2 ଜୀବନ। ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ରାସୋଳ ଥାନା ବମ୍ପା ଗ୍ରାମରେ ମଦ ପିଇ ଗତ ୨୪ଘଣ୍ଟା ମଧ୍ୟରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ମନ୍ମଥ ସାମଲ ଓ ପ୍ରଫୁଲ ସାମଲ। ଗୁରୁତର ଥିବା ୨ଜଣଙ୍କୁ ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତରିତ କରାଯାଇଛି। ସେହିପରି ସପ୍ତାହକ ମଧ୍ୟରେ ପ୍ରାୟ ୪ ଜଣଙ୍କର ମୃତ୍ୟୁ ହୋଇଥିବା ଆଲୋଚନା ହେଉଛି। ମଦ ପିଇବା ପରେ ଛାତିରେ ଯନ୍ତ୍ରଣା ହେବା ସହିତ ଅଣନିଶ୍ୱାସୀ ହୋଇ ପ୍ରବଳ ବାନ୍ତି ହେଉଥିବା ଅସୁସ୍ଥ ସୁଶାନ୍ତ ମାଝୀ କହିଛନ୍ତି।

ମୃତକଙ୍କ ବୟସ ୪୫ରୁ ୫୫ ବର୍ଷ ମଧ୍ୟରେ ହେବ ବୋଲି ସ୍ଥାନୀୟ ଅଞ୍ଚବାସୀଙ୍କ ସୂତ୍ରରୁ ପ୍ରକାଶ । ଦେଶୀ ମଦ ପିଇବା ପରେ ଏହି ଘଟଣା ଘଟିଥିବା ଜଣାପଡିଥିବା ବେଳେ କୌଣସି ମଦ ବିଷାକ୍ତ ହୋଇଥିବା ଅଭିଯୋଗ ହୋଇଛି। ଯାହାକି ତଦନ୍ତ ସାପେକ୍ଷ ।

Leave A Reply

Your email address will not be published.