ଭିଜିଲାନ୍ସ ପଞ୍ଝାରେ ଦୁଇ ସରକାରୀ ବାବୁ: ଜଣେ ରରୁଆଁ ତହସିଲଦାର ଓ ଆଉ ଜଣେ କଣାସ ଚୁପୁରୁଙ୍ଗିର ଏଆରଆଇ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ୧୫ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍‌ସ ହାତରେ ଧରାପଡ଼ିଲେ ତହସିଲଦାର। ଜମି କିସମ ପରିବର୍ତ୍ତନ କରିବାକୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍‌ସ ହାତରେ ଧରା ପଡ଼ିଛନ୍ତି। ମୟୂରଭଞ୍ଜ ରରୁଆଁ ବ୍ଲକ ଭଞ୍ଜିକିଆ ଗାଁର ଚକ୍ରଧର ମହାନ୍ତଙ୍କ ଜମିର କିସମ ପରିବର୍ତ୍ତନ ପାଇଁ ୪୦ହଜାର ଟଙ୍କା ଦାବି କରିଥିଲେ ତହସିଲଦାର ସତ୍ୟସୁନ୍ଦର ରାଉତ। ରରୁଆ ଅମିନ କମଳ ପାତ୍ରଙ୍କ ଜରିଆରେ ପୂର୍ବରୁ ୨୫ହଜାର ଟଙ୍କା ଲାଞ୍ଚ ନେଇଥିଲେ। ଆଜି ଆଉ ୧୫ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍‌ସ ହାତରେ ଧରା ପଡ଼ିଛନ୍ତି।

 ସେପଟେ ଲାଞ୍ଚ ନେଇ ଭିଜିଲାନ୍‌ସ ଜାଲରେ ଆଡିସନାଲ ଆରଆଇ। ୧୦ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡ଼ିଛନ୍ତି ପୁରୀ ଜିଲ୍ଲା କଣାସ ତହସିଲ ଚୁପୁରୁଙ୍ଗି ଏଆରଆଇ ରଞ୍ଜନ କୁମାର ମଲ୍ଲିକ। ବାତ୍ୟା ରିଲିଫ ସହାୟତା ଯୋଗାଇ ଦେବାକୁ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି। ରଞ୍ଜନଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିଛି ଭିଜିଲାନ୍‌ସ। ଏନେଇ ଭୁବନେଶ୍ୱର ଭିଜିଲାନ୍‌ସ ଡିଭିଜନରେ ମାମଲା ରୁଜୁ ହୋଇଛି।.

Leave A Reply

Your email address will not be published.