ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପାଟଣାଗଡ ରେଞ୍ଜ ଅନ୍ତର୍ଗତ ଲରମ୍ଭା ସେକ୍ସନ ର ଦୈତାରିମୁଣ୍ଡାର ଗ୍ରାମରେ ଆଜି ସକାଳୁ ଜୈନିକ ବ୍ୟକ୍ତି ଗ୍ରାମର ମୁଣ୍ଡରେ ଥିବା ପତ୍ରା ଜଙ୍ଗଲକୁ ଶୌଚ କରିବାକୁ ଯାଇଥୁବା ବେଳେ ୨ଟିଅଜଗର ସାପକୁ ଦେଖିବାକୁ ପାଇଥିଲା ପରେ ଗାଁ ଲୋକଙ୍କୁ ଖବର ଦେବାରୁ ଗାଁ ଲୋକେ ସେହି ସ୍ଥାନକୁ ଆସି ଦେଖିବାକୁ ପାଇଲେ ଦୁଇଟି ଅଜଗର ସାପ ପ୍ରଥମେ ଜଙ୍ଗଲ ବିଭାଗର ଗାର୍ଡ ଶ୍ୟାମ ସାହୁ ଖବର ପାଇ ଲରମ୍ଭା ଫରେଷ୍ଟକୁ ଖବର ଦେଇଥିଲେ । ଫଳରେ ଲରମ୍ଭା ଫରେଷ୍ଟର ପ୍ରିୟବ୍ରତ ନାୟକ ଓ ବନ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ୨ଟି ଅଜଗରକୁ ଉଦ୍ଧାର କରିଥିଲେ ।ଗୋଟିଏ ଅଜଗର ୧୨ କେଜି ଥୁବା ବେଲେ ୭ଫୁଟ ଲମ୍ବ ଅଛି ।
ଅନ୍ୟ ଅଜଗର ୧୦ କେଜି ଥିବା ବେଳେ ୫ ଫୁଟ ଲମ୍ବାରହିଥିବା ଫରେଷ୍ଟର କହିଛନ୍ତି । ଅଜଗର ସାପକୁ ଦେଖିବାକୁ ଗ୍ରାମରେ ପ୍ରବଳ ଭିଡ ଦେଖିବାଜୁ ମିଳିଥିଲା। ଉଦ୍ଧାର ହୋଇଥିବା 2 ଟି ଅଜଗର ସାପକୁ ଏକ ନିର୍ଦ୍ଦିଷ୍ଟ ଜଙ୍ଗଲରେ ଛାଡି ଦିଆଯିବ ବୋଲି ଲରମ୍ଭା ଫରେଷ୍ଟର କହିଛନ୍ତି। ଏହି ଅଜଗରସାପକୁ ଧରିବାରେ ଫରେଷ୍ଟ ଗାର୍ଡ ଶ୍ୟାମ ସୁନ୍ଦର ସାହୁ ବାବୁଲଲ ସିଂ ମହନସାହୁ ପୂର୍ଣ୍ଣ ଚନ୍ଦ୍ର ଥପା ହରିସ ଚନ୍ଦ୍ର ସାହୁ ଓ ବନରଖି ସୁନ୍ଦର ରାମ ସାଏ ସହଯୋଗ କରିଥିଲେ।