ସେପ୍ଟେମ୍ବରରେ ପଛକୁ ପଛ ଲଘୁଚାପ, ୫ ତାରିଖରୁ ସକ୍ରିୟ ହେବ ମୌସୁମୀ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଆସୁଛି ଆଉ ଦୁଇଟି ଲଘୁଚାପ। ସେପ୍ଟେମ୍ବରରେ ପଛକୁ ପଛ ଲଘୁଚାପ। ସେପ୍ଟେମ୍ବର ୨ରୁ ୮ ତାରିଖ ମଧ୍ୟରେ ଗୋଟିଏ ଘୂର୍ଣ୍ଣିବଳୟ କିମ୍ବା ଲଘୁଚାପ ସୃଷ୍ଟି ହୋଇପାରେ । ସେହିପରି ୯ରୁ ୧୫ ତାରିଖ ମଧ୍ୟରେ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ କିମ୍ବା ଲଘୁଚାପ କ୍ଷେତ୍ର ସୃଷ୍ଟିର ସମ୍ଭାବନା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି । ଏହା ପ୍ରଭାବରେ ରାଜ୍ୟରେ କିଛି ଦିନ ବର୍ଷା ଲାଗି ରହିବା ସହ ମୌସୁମୀ ମଧ୍ୟ ସକ୍ରିୟ ହେବ ।

୫ ତାରିଖରୁ ସକ୍ରିୟ ହେବ ମୌସୁମୀ। ତେଣୁ ସେପ୍ଟେମ୍ବର ମାସରେ ସ୍ୱାଭାବିକ କିମ୍ବା ସ୍ୱାଭାବିକରୁ ଅଧିକ ବର୍ଷା ହୋଇପାରେ । ୫ ତାରିଖରେ ଗଞ୍ଜାମ, କନ୍ଧମାଳ, କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏଥିପାଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେହିପରି ୬ ତାରିଖ ପାଇଁ ପ୍ରବଳ ବର୍ଷା ସମ୍ଭାବନା ଥିବା ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Leave A Reply

Your email address will not be published.