ଗଣେଶ ପୂଜାରେ କୂଆଖାଇ ନଦୀରେ ଅଘଟଣ: ଗାଧୋଇବାକୁ ଯାଇ ଦୁଇ ନାବାଳକ ବୁଡ଼ି ନିଖୋଜ

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ଗଣେଶ ପୂଜାରେ କୂଆଖାଇ ନଦୀରେ ଅଘଟଣ। ଗଣେଶ ପୂଜାରେ ନଦୀକୁ ଗାଧୋଇବାକୁ ଯାଇ ଦୁଇ ନାବାଳକ ବୁଡ଼ି ନିଖୋଜ। କୁଆଖାଇ ନଦୀରେ ବୁଡ଼ିଗଲେ ନାବାଳକ। କଟକ ପ୍ରତାପନଗରୀ ବିଜୁ ସେତୁ ନିକଟରେ ଘଟିଛି ଅଘଟଣ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଜାରି ରଖିଛି। ଦୁଇ ନିଖୋଜ ନାବାଳକ ଭୁବନେଶ୍ୱର ପଟିଆ ଅଞ୍ଚଳର। ପଟିଆ ଅଞ୍ଚଳରୁ ପାଞ୍ଚଜଣ ସାଙ୍ଗ ଗଣେଶ ପୂଜାରେ ବୁଲାବୁଲି କରିବାକୁ କୁଆଖାଇ ନଦୀକୁ ଯାଇଥିଲେ।

ସେଠାରେ ନଦୀରେ ସେଲ୍‌ଫି ଉଠାଉଥିବା ବେଳେ ବୁଡ଼ିଯାଇଥିଲେ। ସ୍ଥାନୀୟ ଲୋକ ୩ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଅନ୍ୟ ୨ଜଣ ବୁଡ଼ି ଯାଇଛନ୍ତି। ସେମାନଙ୍କୁ ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜା ଚାଲିଛି ।ବୁଡି ଯାଇଥିବା ଦୁଇ ନାବାଳକ ୧୫ ବର୍ଷର। .

Leave A Reply

Your email address will not be published.