ପୁଣି ସକ୍ରିୟ ବଜ୍ରକାପ୍ତା ବେପାରୀ: ୨ ବନ୍ୟପ୍ରାଣୀ ଅପରାଧୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ STF

0

ଓଡିଆ ନ୍ୟୁଜ୍(ବ୍ୟୁରୋ):   STF କବ୍‌ଜାରେ ୨ ବନ୍ୟପ୍ରାଣୀ ଅପରାଧୀ । ସେମାନଙ୍କ ନିକଟରୁ ପ୍ରାୟ ୩ ଫୁଟ ଲମ୍ବ ୯ କେଜିର ବଜ୍ରକାପ୍ତା ଉଦ୍ଧାର । ବଲାଙ୍ଗିର- ଡୁଙ୍ଗୁରିପାଲି ରାସ୍ତା କଡରେ ଚାଲିଥିଲା ମୂଲଚାଲ । ବିକ୍ରି ପାଇଁ ଡିଲ୍‌ ଚାଲିଥିବା ସମୟରେ ଏସଟିଏଫ ଟିମ୍‌ ହାତରେ ଧରାପଡିଛନ୍ତି ଦୁଇ ଯୁବକ । ଗିରଫ ଦୁଇ ଜଣ ହେଲେ ଅଶୋକ ବିଶି ଏବଂ ଜୟକୁମାର ପଟେଲ ।

pangolin seized

ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କ ଘର ବଲାଙ୍ଗିର ଲୋଇସିଙ୍ଗା ଅଞ୍ଚଳରେ । ଡୁଙ୍ଗୁରିପାଲି ପୋଲିସ, ଏସଟିଏଫ୍‌ ଟିମ ଏବଂ ବିନିକା ବନବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା । ଉଭୟଙ୍କୁ ଗିରଫ କରି ଅଧିକ ତଦନ୍ତ କରିବା ସହ ବଜ୍ରକାପ୍ତାକୁ ବିନିକା ବନ ବିଭାଗକୁ ହସ୍ତାନ୍ତର କରିଛି ଏସଟିଏଫ୍‌ ଟିମ ।

Leave A Reply

Your email address will not be published.