ଓଡ଼ିଆ ନ୍ୟୁଜ୍: ଦୟାନଦୀରେ ବୁଡ଼ିଗଲେ ୨ ଛାତ୍ର; ଜଣଙ୍କ ମୃତଦେହ ଉଦ୍ଧାର। ଧଉଳି ଥାନା ନୂଆଗାଁ ଡାଲଖାଇ ଘାଟରେ ଗାଧାଉଥିବା ବେଳେ ବୁଡ଼ିଗଲେ। ଅନ୍ୟଜଣେ ଛାତ୍ର ନିଖୋଜ, ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି। ୨ ଜଣ ଛାତ୍ର ଏକ ଘରୋଇ ଶିକ୍ଷାନୁଷ୍ଠାନର ଅଷ୍ଟମ ଶ୍ରେଣୀର ସୂଚନା।ସୂଚନା ଅନୁସାରେ ଧଉଳି ଥାନା ଅଧୀନରେ ଥିବା ଏକ ଘରୋଇ ସ୍କୁଲରେ ଅଷ୍ଟମ ଶ୍ରେଣୀର ୨ ପିଲା ପାଠ ପଢୁଥିଲେ। ସେମାନେ ଆଜି ମଧ୍ୟାହ୍ଣରେ ଆଜି ଦୟାନଦୀର ଡାଲଖାଇ ଘାଟରେ ଗାଧୋଇବାକୁ ଯାଇଥିବା ବେଳେ ହଠାତ ନିଖୋଜ ହୋଇଯାଇଥିଲେ।
ପାଣିର ଗଭୀରତା ସଂପର୍କରେ ଜାଣି ନଥିବାରୁ ଦୁଇ ଜଣ ଭାସି ଯାଇଥିଲେ। ସେଥିରୁ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ଜଣେ ନିଖୋଜ ଅଛି।ସୂଚନା ପାଇଁ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଛି। ନିଖୋଜ ଛାତ୍ରକୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛି। ଗୋଟିଏ ଦମକଳ ଗାଡ଼ି ଆସିଛି। ତେଣୁ ଅଧିକ ଗାଡ଼ି ପାଇଁ ପରିବାର ଲୋକ ଦାବି କରୁଛନ୍ତି। ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ଅଞ୍ଚଳର ଯୁବକମାନେ ମଧ୍ୟ ସହଯୋଗ କରୁଛନ୍ତି।