ସମ୍ବଲପୁର ଟ୍ରିପଲ ମର୍ଡର ଘଟଣାରେ ରାଜ୍ୟ ବାହାରକୁ ଯାଇଛି ପୋଲିସର ୨ଟି ଟିମ୍‌, ଖୁବ ଜଲଦି ଧରାପଡିବ ଅପରାଧୀ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ସୁନାପାଲି ଅଞ୍ଚଳରେ ବିଭଷ୍ୟ ହତ୍ୟାକାଣ୍ଡ ଘଟଣାରେ ପୋଲିସ ହାତ ଏବେବି ଖାଲି ରହିଛି । ଫେରାର ଥିବା ଭଡାଟିଆ ସଲମାନ କୁ ପୋଲିସ ଧରିବାରେ ବିଫଳ ହୋଇଛି। ପୋଲିସ ସଲମାନକୁ ଧରିବା ପାଇଁ ରାଜ୍ୟ ବାହାରକୁ ଦୁଇଟି ଟିମ ପଠେଇଚି l ହତ୍ୟାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେବେ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ହତ୍ୟାର କିପରି ଓ କେମିତି ହୋଇଥିଲା ତାହା ସ୍ପଷ୍ଟ ହେବ। ସେପଟେ ସଲମାନ ଧରାପଡ଼ିଲେ ହତ୍ୟାର ପ୍ରକୁତ କାରଣ ଜଣାପଡିବ ।

ଅନ୍ୟପଟେ ଏଯାଏ ଅସ୍ପଷ୍ଟ ରହିଛି ମର୍ଡର ମୋଟିଭ୍‌ । ସଲମାନ ଧରା ପଡ଼ିବା ପରେ ରହସ୍ୟ ଉପରୁ ପରଦା ହଟିବ । ଅନ୍ୟପଟେ ସାମନାକୁ ଆସିଛି ଆଉ ଜଣେ ଯୁବକଙ୍କ ନାଁ । ରୁରୁଦୀପ ନାମକ ଜଣେ ଯୁବକଙ୍କ ନାଁ ସାମନାକୁ ଆସିବା ପରେ ପୁଣି ବଢ଼ିଛି ରହସ୍ୟ । ସେ କିଏ ଓ ଘର କେଉଁଠି ? ସାଜିଆଙ୍କ ସହ ସମ୍ପର୍କ କଣ ଥିଲା ? ଗୁରୁଦୀପଙ୍କୁ ଖୋଜି ବାହାର କରିବା ସହ ଖୁବଶୀଘ୍ର ତାକୁ ପଚରାଉଚରା କରିବ ପୋଲିସ । ଗତ ଶନିବାର ଦିନ ଧନୁପାଲି ଥାନା ସୁନାପାଲି ଅଞ୍ଚଳର ବନ୍ଦ ଘରୁ ସାଜିୟା ପରବିନ୍‌, ତାଙ୍କର ୮ବର୍ଷର ପୁଅ ଅବଦୁଲ୍‌ ରେହମାନ ଓ ୬ବର୍ଷର ଝିଅ ହୁମାୟାରା ତୟବାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ସମସ୍ତଙ୍କର ଗଳା କାଟି ଅତି ନିର୍ମମ ଭାବରେ ହତ୍ୟା କରାଯାଇଛି । କିଛି ଦିନ ତଳେ ସାଜିଆଙ୍କ ସହ ସଲମାନ ଅହମ୍ମଦର ପାଟିତୁଣ୍ଡ ହୋଇଥିଲା । ପ୍ରାଥମିକ ତଦନ୍ତରୁ ଏହା ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଜଣାପଡିଛି । କିଏ ଓ କାହିଁକି କଲା ଏମିତି ନରହତ୍ୟା । ଅଭିଯୁକ୍ତଙ୍କୁ ଧରିବା ସହ ମର୍ଡର ମୋଟିଭ୍‌ ଭେଦିବା ସମ୍ବଲପୁର ପୋଲିସ ଆଗରେ ଚ୍ୟାଲେଞ୍ଜ ।

 

Leave A Reply

Your email address will not be published.