ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭୁବନେଶ୍ୱର ବିମାନବନ୍ଦରରୁ ଶୁକ୍ରବାର ଜବତ ହୋଇଛି କେଜି କେଜି ସୁନା । ମୁମ୍ବାଇରୁ ଆସୁଥିବା ଇଣ୍ଡିଗୋ ବିମାନରୁ ପ୍ରାୟ ୨୦ କେଜି ସୁନାକୁ ରାଜ୍ୟ ଜିଏସଟି ବିଭାଗ ଜବତ କରିଛି । ରିପୋର୍ଟ ଅନୁଯାୟୀ, ସିଟି ଏବଂ ଜିଏସ୍ଟି ବିଭାଗ ମୁମ୍ବାଇରୁ ଇଣ୍ଡିଗୋ ବିମାନରେ ଯାତ୍ରା କରୁଥିବା ୧୭ ଜଣ ବ୍ୟବସାୟୀଙ୍କୁ ସନ୍ଦେହରେ ଅଟକ ରଖିଛି।
ମୁମ୍ବାଇରୁ ଆସୁଥିବା ଇଣ୍ଡିଗୋ ବିମାନରୁ ଏହି ସମସ୍ତ ସୁନା ଗହଣା ଜବତ ହୋଇଛି। ଜବତ ୨୦ କେଜି ସୁନାରୁ ୧୬ କେଜିର ହିସାବ ମିଳିଥିବା ବେଳେ ୪ କେଜିର ହିସାବ ମେଳ ଖାଉନାହିଁ। ରାଜସ୍ଥାନରୁ ସୁନା ଅଣାଯାଇଥିବା ବେଳେ ତଦନ୍ତ ଜାରି ରହିଛି। ଏସବୁ ସୁନାକୁ କଳାହାଣ୍ଡି ଓ ଅନୁଗୋଳ ଅଞ୍ଚଳର ବ୍ୟବସାୟୀଙ୍କ ପାଖକୁ ପଠାଯାଉଥିଲା। ଏହି ଘଟଣାରେ ୧୭ ବ୍ୟବସାୟୀଙ୍କୁ ପଚରାଉଚରା କରାଯାଉଛି ।
ବ୍ୟବସାୟୀଙ୍କ ମଧ୍ୟରେ ୫ ଜଣ ଭୁବନେଶ୍ୱରର ବୋଲି ଜଣାପଡିଛି । କିନ୍ତୁ ସେମାନଙ୍କ ମଧ୍ୟରୁ କିଛି ଜଣ ଗହଣା ବ୍ୟବସାୟୀ ନଥିବା ସନ୍ଦେହ ସୃଷ୍ଟି ହୋଇଛି। ବେନାମୀ ମାଲିକଙ୍କ ନାଁରେ ସୁନା ଚାଲାଣ ହୋଇଥିବା ସ୍ପଷ୍ଟ ହୋଇଛି। ଏନେଇ ଅଧିକ ଖୋଳତାଡ଼ ଚାଲିଛି ଏବଂ ପରେ ସବିଶେଷ ବିବରଣୀ ଦିଆଯିବ ବୋଲି ବିଭାଗୀୟ ଅଧିକାରୀମାନେ କହିଛନ୍ତି।
Comments are closed.