୨୦ ମାଓବାଦୀଙ୍କ ଆତ୍ମସାମର୍ପଣ

0

ଓଡ଼ିଆ ନ୍ୟୁଜ୍: ଆତ୍ମସାମର୍ପଣ କଲେ ମାଓବାଦୀ। ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ପୁଲିସ ନିକଟରେ ୨୦ ଜଣ ଦୁର୍ଦାନ୍ତ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଛତିଶଗଡ଼ ସରକାରଙ୍କ ତରଫରୁ ଆରମ୍ଭ ହୋଇଥିବା ‘ଘରକୁ ଫେରିଆସ‘ ଓ ଆତ୍ମନିର୍ଭରଶୀଳ ନୀତିରେ ପ୍ରଭାବିତ ହୋଇ ନକ୍ସଲ ସଂଗଠନ ଛାଡି ମୁଖ୍ୟସ୍ରୋତରେ ସାମିଲ ହେଲେଣି।

ଏହି କ୍ରମରେ ଆଜି ସୁକମା ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପି କିରଣ ଚୌହାନ, ସିଆରପିଏଫ କମାଣ୍ଡାଣ୍ଟ ରାଜେଶ କୁମାର ପାଣ୍ଡେଙ୍କ ନିକଟରେ ଏହି ୨୦ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରୁ ୯ ଜଣ ମହିଳା ନକ୍ସଲ ଅଟନ୍ତି। ଏମାନଙ୍କ ମୁଣ୍ଡରେ ୩୩ ଲକ୍ଷ ଟଂକାର ପୁରସ୍କାର ରହିଥିଲା। ଏମାନେ ବହୁ ହିଂସାରେ ଜଡିତ ଥିବା ପୁଲିସ କହିଛି। ଏମାନଙ୍କ ମଧ୍ୟରୁ ଜଣେ ହାର୍ଡକୋର ମହିଳା ନକ୍ସଲ ରହିଛି।

Leave A Reply

Your email address will not be published.