ଆତ୍ମସମର୍ପଣ କଲେ ୨୦୮ ନକ୍ସଲ

0

ଓଡ଼ିଆ ନ୍ୟୁଜ୍: ଜଗଦଲପୁରରେ ଆତ୍ମସମର୍ପଣ କଲେ ୨୦୮ ନକ୍ସଲ। ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏଙ୍କ ଉପସ୍ଥିତିରେ କଲେ ଆତ୍ମସମର୍ପଣ।୧୫୩ ମାରଣାସ୍ତ୍ର ସହ ଆତ୍ମସମର୍ପଣ କରିବାକୁ ଆସିଲେ ସମସ୍ତ ନକ୍ସଲ।ଅସ୍ତ୍ରଶସ୍ତ୍ର ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ହେଲେ ସାମିଲ।କେନ୍ଦ୍ରୀୟ କମିଟି ସଦସ୍ୟ ରୂପେଶଙ୍କ ନେତୃତ୍ବରେ ଇନ୍ଦ୍ରାବତୀ ଏବଂ ମାଡ୍‌ ଡିଭିଜନର ୧୫୦ରୁ ଊର୍ଦ୍ଧ୍ବ ନକ୍ସଲ ଛତିଶଗଡ଼ ବିଜାପୁର ପୁଲିସ ନିକଟରେ ଆତ୍ମସମର୍ପଣ ଥିଲେ। ବୁଧବାର ମହାରାଷ୍ଟ୍ରର ଗଡ଼ଚିରୋଲିଠାରେ କେନ୍ଦ୍ରୀୟ କମିଟି ସଦସ୍ୟ ଭୂପତି ଓରଫ ବେଣୁଗୋପାଲ ୬୧ ନକ୍ସଲଙ୍କ ସହ ଆତ୍ମସମର୍ପଣ କରିଥିଲେ। ଜଣେ ପରେ ଜଣେ ଟପ୍‌ ମାଓ ନେତା ଆତ୍ମସମର୍ପଣ କରୁଥିବାରୁ ତଳ କ୍ୟାଡର ଆଉ ଜଙ୍ଗଲରେ ରହିବାକୁ ପସନ୍ଦ କରୁନାହାନ୍ତି।

Leave A Reply

Your email address will not be published.