ଆତ୍ମସମର୍ପଣ କଲେ ୨୨ ନକ୍ସଲ

0

ଓଡ଼ିଆ ନ୍ୟୁଜ୍: ମାଲକାନଗିରି: ଆତ୍ମସମର୍ପଣ କଲେ ୨୨ ନକ୍ସଲ।ପୋଲିସ ମହାନିର୍ଦ୍ଦେଶକଙ୍କ ପାଖରେ ଆତ୍ମସମର୍ପଣ।ହିଂସା ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହେଲେ।ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ନାଁରେ ଥିଲା ୨ କୋଟିର ପୁରସ୍କାର।ସେମାନେ ୧୪ଟି ଲ୍ୟାଣ୍ଡମାଇନ୍ ସହିତ ଗୋଟିଏ AK-47,SLR ଏବଂ INSAS ରାଇଫଲ୍ ସମେତ ଅସ୍ତ୍ରଶସ୍ତ୍ର ପୁଲିସକୁ ହସ୍ତାନ୍ତର କରିଛନ୍ତି।

ଓଡ଼ିଶା ସରକାର ମାଓ ଆତ୍ମସମର୍ପଣ ଏବଂ ପୁନର୍ବାସ ନୀତିକୁ ସଂଶୋଧନ କରିବା ପରେ ମାଓବାଦୀମାନଙ୍କର ଆତ୍ମସମର୍ପଣ ଘଟଣା ବୃଦ୍ଧି ପାଉଛି। ଓଡ଼ିଶା ମାଓବାଦୀଙ୍କୁ ଅଧିକ ପ୍ରୋତ୍ସାହନ ଦିଆଯାଇଛି ଏବଂ ପଡ଼ୋଶୀ ଛତିଶଗଡ଼ ତୁଳନାରେ ୧୦% ଅଧିକ ପୁରସ୍କାର ପ୍ରଦାନ କରାଯାଇଛି।

ଆତ୍ମସମର୍ପଣ କରିଥିବା କ୍ୟାଡରମାନଙ୍କ ମଧ୍ୟରେ ACM ଏବଂ DCM ଭଳି ବରିଷ୍ଠ ପଦବୀ ଅନ୍ତର୍ଭୁକ୍ତ, ପ୍ରତ୍ୟେକଙ୍କ ଉପରେ ୫.୫ ଲକ୍ଷ ଟଙ୍କାରୁ ୨୭.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ରହିଛି।

Leave A Reply

Your email address will not be published.