ଚତୁଃବିଂଶତମ ସରସ୍ବତୀ ପୂଜା ମହୋଉତ୍ସବ ଓ ଭାଷାଣୀ ଉତ୍ସବ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଚତୁଃବିଂଶତମ ସରସ୍ବତୀ ପୂଜା ମହୋଉତ୍ସବ ଓ ଭାଷାଣୀ ଉତ୍ସବ l ସାଲେପୁର ବ୍ଲକ ଉଲଦିଆ ଗ୍ରାମ ମା ବୁଢ଼ୀନାଆକାଣୀ ଯୁବକ ସଙ୍ଘ ଆନୁକୂଲ୍ୟରେ ଉଲଦିଆ ଠାରେ ଚତୁଃବିଂଶତମ ସରସ୍ବତୀ ପୂଜା ମହୋଉତ୍ସବ ଅନୁଷ୍ଠିତ ହୋଇଯାଇଛି l

ପାଞ୍ଚ ଦିନ ବ୍ୟାପୀ ମା ଙ୍କ ପୂଜା ଯଥାଵିଧି ଅନୁଷ୍ଠିତ ହୋଇଯାଇଛି l ଏହି ପରିପ୍ରେକ୍ଷୀରେ ଗ୍ରାମର ଆବାଳ ବୃଦ୍ଧ ବନିତା ସଭିଏଁ ପୂଜା ମଣ୍ଡପରେ ଉପସ୍ଥିତ ରହି ମା ବାଗଦେବି ଙ୍କ ପୂଜା କୁ ସାଫଲ୍ୟ ମଣ୍ଡିତ କରିଥିଲେ l ସ୍ଥାନୀୟ କୁନି କୁନି କଳାକାର ମାନଙ୍କ ଦ୍ୱାରା ସଂଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା l ପରିଶେଷରେ ଅତିଥି ମାନଙ୍କ ଦ୍ୱାରା ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା କଳାକାର ଓ ବ୍ୟକ୍ତି ବିଶେଶଙ୍କୁ ପୁରସ୍କାର ବିତରଣ କରାଯାଇଥିଲା l

ସେହିପରି ଭୀମଦାସପୁର ମା ଦୁର୍ଗା ପୂଜା କମିଟି ଆନୁକୂଲ୍ୟରେ ବୀଣାପାଣି ମା ସରସ୍ବତୀଙ୍କ ଭାଷାଣୀ ଉତ୍ସବ ପ୍ରତି ବର୍ଷ ପରି ଚଳିତ ବର୍ଷ ବେସ ଧୁମ ଧାମରେ ପାଳିତ ହୋଇଯାଇଛି l ଏହି ଉତ୍ସବ ରେ ଆଖ ପାଖା ଗ୍ରାମରୁ ପ୍ରାୟ ୧୦-୧୨ ଗୋଟି ମେଢ଼ ଭୀମଦାସପୁର ସ୍ଥିତ ଭୀମେଶ୍ୱର ମନ୍ଦିର ପ୍ରାଙ୍ଗଣରେ ପହଞ୍ଚି ସେଠାରେ ପୂଜା ଅର୍ଚନା ସାରି ଗୋଟି କ ପରେ ଗୋଟି ଧାଡି ବାନ୍ଧି ପ୍ରସେସନ କରି ଛୋଟିପଡ଼ା ପର୍ଯ୍ୟନ୍ତ ଆସିଥିଲେ ସେଠାରେ ଦେବି ଗଡା ପୋଖରୀରେ ମା ଙ୍କୁ ମେଲାଣି ଦିଆଯାଇଥିଲା l

Leave A Reply

Your email address will not be published.