ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଜୁଜନତା ଦଳର ୨୭ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ମାଳିପାଳ ସୁରେନ୍ଦ୍ର ନାଥ ବାଳିକା ବିଦ୍ୟାଳୟରେ ରେ ଓଡ଼ିଶା – ମୋ ପରିବର ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ ।
ସୂଚନା ଅନୁସାରେ ବିଜୁଜନତା ଦଳ ର ପ୍ରତିଷ୍ଠା ଦିବସ ଉପଲକ୍ଷେ ଓଡ଼ିଶା ମୋ ପରିବାର ପଖ୍ଯରୁ ଆୟୋଜିତ ରକ୍ତଦାନ ଶିବିର ରେ ଜଳେଶ୍ଵର ପଞ୍ଚାୟତ ସମିତି ଅଧ୍ୟକ୍ଷ ମାନସ କୁମାର ଜେନା, ଜିଲ୍ଲା ରକ୍ତଦାତା ସଂଯୋଜକ ମଧୁସୂଦନ ସେନାପତି,ଫିତାକାଟି ଶୁଭ ଉଦ୍ଘାଟନ କରିଥିଲେ। ସରପଞ୍ଚ ଆଲୋକ କୁମାର ଗିରି, ସମିତି ସଦସ୍ୟ ଗୋପାଳ ଚନ୍ଦ୍ର ସାମଲ, କେ ଏମ ସାହି ସରପଞ୍ଚ ଚଞ୍ଚଳା ସେଠୀ, ବିଜୁଜନତା ଦଳ ର ସଭାପତି ଦୀଲ୍ଲିପ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।
ଦିନକୁ ଦୀନ ଦ୍ରୁତ ଜନ ସଂଖ୍ୟା ବୃଦ୍ଧି ଘଟୁଥିବା ବେଳେ,ରକ୍ତ ସଂକଟ ମଧ୍ୟ ଦିନକୁ ଦିନ ବୃଦ୍ଧି ପାଉଛି, ବିଭିନ୍ନ ସ୍ବେଛା ସେବୀ ସଂଗଠନ ଦ୍ୱାରା ରକ୍ତ ସଂଗ୍ରହ ହେଉଥିଲେବି ତାହା ବ୍ୟାପକ ହେଉ ନାହିଁ। ଯାହା ପାଇଁ ଅନେକ ସମୟରେ ଥାଲେସେମିଆ ରୋଗୀ, ପ୍ରସୂତି, ଦୁର୍ଘଟଣା ଗ୍ରସ୍ତ ରୋଗୀ ଓ ତାଙ୍କ ସମ୍ପର୍କୀୟ ନାହିଁ ନଥିବା ଅସୁବିଧା ଭୋଗିଥାନ୍ତି। ଏଥିପାଇଁ ରକ୍ତଦାନ ମହତ ଦାନ ଓ ରକ୍ତ ଦେବା, ଜୀବନ ବଞ୍ଚାଇବାର ବାର୍ତା ବାଣ୍ଟି ଯୁବପୀଢ଼ିକୁ ସଚେତନ କରାଇବାକୁ ଅତିଥି ମାନେ ଆହ୍ଵାନ ଦେଇଥିଲେ। ଶିବିର ରେ ୧୦୫ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା।