ଓଡ଼ିଆ ନ୍ୟୁଜ୍: ଛତିଶଗଡରେ ପୁଣି ୨୮ ମାଓବାଦୀଙ୍କ ଆତ୍ମସମର୍ପଣ । ସେମାନଙ୍କ ମୁଣ୍ଡ ଉପରେ ଥିଲା ୮୯ ଲକ୍ଷ ଟଙ୍କାର ପୁରସ୍କାର । ନାରାୟଣପୁର ଏସପି ଓ ବସ୍ତର ଆଇଜି ପି.ସୁନ୍ଦର ରାଜଙ୍କ ସମ୍ମୁଖରେ ଏମାନେ ହତିଆର ସହ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମଧ୍ୟରେ ୧୯ ଜଣ ମହିଳା ମାଓବାଦୀ ରହିଛନ୍ତି । ସମସ୍ତଙ୍କ ନାମରେ ୮୯ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା ।
ଏସଏଲଆର, ଇନସାସ ଏବଂ ୩୦୩ ବନ୍ଧୁକ ସହ ଏମାନେ ଆତ୍ମସମର୍ପଣ କରିଛନ୍ତି । ଛତିଶଗଡ଼ ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା ଆତ୍ମନିର୍ଭରଶୀଳ ନୀତି ଏବଂ ଘରକୁ ଫେରିଆସ ଯୋଜନାରେ ନକ୍ସଲ ଲଗାତାର ଆତ୍ମସମର୍ପଣ କରୁଛନ୍ତି । ପୁଣି ଦୁର୍ଦ୍ଦାନ୍ତ ହିଡମାର ମୃତ୍ୟୁ ସଂଗଠନକୁ ଏକ ପ୍ରକାର ବ୍ୟାକଫୁଟକୁ ନେଇଯାଇଛି । ସଂଗଠନରେ ଦୁଇ ଗୋଷ୍ଠୀ ହେବା ସହ କିଏ କାହାକୁ ଆଉ ମାନୁନଥିବା ଜଣାପଡିଛି ।