ଓଡ଼ିଆ ନ୍ୟୁଜ(ବ୍ୟୁରୋ): ରାଜ୍ୟସ୍ତରୀୟ ସ୍ୱାଧୀନତା ଦିନବ ଉପଲକ୍ଷେ ୨୮ ଜଣଙ୍କୁ ମିଳିଛି ପୋଲିସ ପଦକ। ତିନୋଟି କ୍ୟାଟଗୋରୀରେ ପ୍ରଦାନ କରାଯିବ ଏହି ପଦକ। ଲୋକସେବା ଭବନ କନଭେନସନ ହଲରେ ମୁଖ୍ୟମନ୍ତ୍ରୀ ଏହି ପଦକ ପ୍ରଦାନ କରିଛନ୍ତି । ଉଲ୍ଲେଖନିଅ ସେବା ପାଇଁ ଜଣଙ୍କୁ ମିଳିଛି ରାଷ୍ଟ୍ରପତି ପୋଲିସ ମେଡାଲ। ଭିଜିଲାନ୍ସର କନେଷ୍ଟବଲ ପ୍ରହ୍ଲାଦ କୁମାର ରାଉତ ଏହି ପଦକ ପାଇବାରେ ମନୋନୀତ ହୋଇଛନ୍ତି।
ସେହିପରି ପ୍ରଶଂସନୀୟ ସେବା ପାଇଁ 11ଜଣ ମନୋନୀତ ହୋଇଛନ୍ତି। ସେମାନେ ହେଲେ ଭଦ୍ରକ ଅତିରିକ୍ତ ଏସପି ଯତୀନ୍ଦ୍ର କୁମାର ପଣ୍ଡା। ବରଗଡ଼ ଅତିରିକ୍ତ ଏସପି ପ୍ରଦ୍ୟୁମ୍ନ କୁମାର ମିଶ୍ର। ସୁନ୍ଦରଗଡ଼ ଭିଜିଲାନ୍ସ ଡିଭିଜନର ଶୁଧାଂଶୁ ଶେଖର ପୂଜାରୀ, କମିଶନରେଟ ପୋଲିସର ଏସିପି ହିମାଂଶୁ ସ୍ୱାଇଁ, ପିଟିଆଇ ଡେପୁଟି କାମାଣ୍ଡାଣ୍ଟ ଜ୍ଞାନେନ୍ଦ୍ର ଦାସ, SIW ଇନ୍ସପେକ୍ଟର ଅରୁଣ ବଳିୟାରସିଂ, ବ୍ରହ୍ମପୁର ଭିଜିଲାନ୍ସ ଡିଭିଜିନର ଏସଆଇ ଯୁଗଳ କିଶୋର ପ୍ରଧାନ, କଟକ ଭିଜିଲାନ୍ସ ଅଫିସର କନେଷ୍ଟବଳ ସରୱଦିନ ଖାନ, ଭୁବନେଶ୍ୱର SCRB ର ଏସଆଇ ବିଜନ ଭୂଷଣ ମହାନ୍ତି, ବିଜୁପାଟନାୟକ ପୋଲିସ ଏକାଡେମୀର ଡ୍ରିଲ ଇନ୍ସ୍ପେକ୍ଟର ଅନିଲ ମିଞ୍ଜ ଓ ରାଉଲକେଲା ଚତୁର୍ଥ ବାଟାଲିୟନ ସିପାହୀ ପ୍ରଦୀପ ବେହେରା।
ସେହିପରି ସାହାସିକତା କାମ ପାଇଁ 16 ଜଣଙ୍କୁ ମିଳିଛି ପୋଲିସ ପଦକ। SOG SI ଗଗନ ବିହାରୀ ନାୟକ, SOG ହାବିଲଦାର କୃଷ୍ଣଲୋକ ବେହେରା, SOG କାମାଣ୍ଡୋ ମୁରଲାଲ ମନୋହର ଦାସ, SOG କମାଣ୍ଡୋ ମହେଶ୍ୱର ଧାକଡ଼, SOG କମାଣ୍ଡୋ ମନୋହର ଭୂମିଆ, SOG କମାଣ୍ଡୋ ପ୍ରଶାଦ ନାୟକ, SOG କମାଣ୍ଡୋ ଭବାନୀ ଶଙ୍କର ପାଟିଲ, କମାଣ୍ଡୋ ଅର୍ଜୁନ ଚନ୍ଦ୍ର କୁରାମୀ, କମାଣ୍ଡୋ ବିନୟ କୁମାର ମିଶ୍ର,କମାଣ୍ଡୋ ରାଜେଶ ଦିୱାନ,କମାଣ୍ଡୋ ରାଜେନ୍ଦ୍ର ଚୌଧୁରୀ, SOG ହାବିଲଦାର ଶୁଖିରାମ ରଣା, କମାଣ୍ଡୋ ଗଣେଶ ଧରୁଆ, କମାଣ୍ଡୋ ରମେଶ ପରମାଣିକ, କମାଣ୍ଡୋ ପଦ୍ମନାଭ ରାୟ, କମାଣ୍ଡୋ ମଦନ ମୋହନ ପ୍ରଧାନ ।
ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ଅଗ୍ନିଶମ, ହୋମ ଗାର୍ଡ ଓ ସିଭିଲ ଦିଫେନ୍ସ ବିଭାଗ ପକ୍ଷ ରୁ ଉତ୍ତମ ସେବା ପ୍ରଦର୍ଶନ କରିଥିବା ବ୍ୟକ୍ତିଙ୍କୁ DG ଡିସ୍କ ପଦକ ଓ ମାନ ପତ୍ର ପ୍ରଦାନ କରିଛନ୍ତି। ଅଗ୍ନିଶମ ବିଭାଗରେ 29, 0ହୋମଗାର୍ଡ ରେ 13 ସିଭିଲ ଡିଫେନ୍ସ ରେ 5ଜଣଙ୍କୁ ପଦକ ପ୍ରଦାନ କରିଛନ୍ତି। ଓଡ଼ିଶା ଅଗ୍ନିଶମ ବିଭାଗ ବନ୍ୟା , ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକରେ ସାହସିକତା ର ପରିଚୟ ଦେଇ ଅନେକ ଲୋକଙ୍କୁ ବଞ୍ଚାଇଛନ୍ତି। ସେହିପରି ନିକଟରେ ବାହାନଗା ରେଳ ଦୁର୍ଘଟଣା ରେ ଅନେକ ଙ୍କୁ ମୃତ୍ୟୁମୁଖରୁ ଉଦ୍ଧାର କରିଛନ୍ତି।