ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଆଜି ପ୍ରକାଶ ପାଇଛି ଯୁକ୍ତ ୨ କଳା ରେଜଲ୍ଟ। ଏଥିସହ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ ମଧ୍ୟ ପ୍ରକାଶ ପାଇଛି । ଉଚ୍ଚ ମାଧ୍ୟ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଫଳ ପ୍ରକାଶ କରାଯାଇଛି। ଚଳିତ ବର୍ଷ କଳାରେ ପାସ କରିଛନ୍ତି ୧ ଲକ୍ଷ ୮୧ହଜାର ୮୬୯ଛାତ୍ରଛାତ୍ରୀ । ଏଥର କଳାରେ ପାସ ହାର ରହିଛି ୭୮.୮୮ ପ୍ରତିଶତ ।
ପ୍ରଥମ ଶ୍ରେଣୀରେ ୩୨୭୮୨, ଦ୍ୱିତୀୟ ଶ୍ରେଣୀରେ ୩୨୪୬୧ ଓ ତୃତୀୟ ଶ୍ରେଣୀରେ ୧ ଲକ୍ଷ ୧୬୧୭୯ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ଏଥର ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ। ଝିଅ ପାସ୍ ହାର ୮୫.୬୬% ରହିଥିବା ବେଳେ ପୁଅ ପାସ୍ ହାର ୭୦.୪୩% ରହିଛି। ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ୮୪.୯୭% ପିଲା ପାସ କରିଛନ୍ତି।ନବରଙ୍ଗପୁର ଜିଲ୍ଲା ପାସ୍ ହାରରେ ସର୍ବନିମ୍ନ ୭୦.୭୪% ରହିଛି। ପରୀକ୍ଷା ଫଳ www.orissaresults.nic.inରେ ଉପଲବ୍ଧ ହେଉଛି
ଚଳିତବର୍ଷ ମାର୍ଚ୍ଚ ୧ ତାରିଖରୁ ଏପ୍ରିଲ ୫ ତାରିଖ ଯାଏ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଯୁକ୍ତ ଦୁଇ କଳାରେ ୨ ଲକ୍ଷ ୧୯ ହଜାର ୧୧୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେହିପରି ଧନ୍ଦା ମୂଳକ ଶିକ୍ଷାରେ ୫ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।
ସୂଚନା ଥାଉକି, ଗତ ୩୧ ତାରିଖରେ ପ୍ରକାଶ ପାଇଥିଲା ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ। ଯୁକ୍ତ ଦୁଇ ବିଜ୍ଞାନରେ ୮୫.୬୭ ପ୍ରତିଶତ ଝିଅ ପାସ କରିଥିବା ବେଳେ ୮୪.୨୮% ପୁଅ ପାସ କରିଥିଲେ। ସେହିପରି ବାଣିଜ୍ୟରେ ୮୩.୮୭% ଝିଅ ପାସ୍ କରିଥିବା ବେଳେ ୭୯.୫୨% ପୁଅ ପାସ୍ କରିଥିଲେ।