ଫେବୃଆରୀ ୧୬ତାରିଖରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଫେବୃଆରୀ ୧୬ତାରିଖରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା। ଫେବୃଆରୀ ୧୬ତାରିଖରୁ ମାର୍ଚ୍ଚ ୨୦ଯାଏଁ କଳା, ବିଜ୍ଞାନ, ବାଣିଜ୍ୟ ପରୀକ୍ଷା ଅନୁଷ୍ଠିତ ହେବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା କରାଯାଇଛି ।

ସୂଚନା ଅନୁଯାୟୀ ପ୍ରଥମେ ୧୬ତାରିଖ ଦିନ ବିଜ୍ଞାନ ପରୀକ୍ଷା ଆରମ୍ଭ ହେବ ୧୭ ତାରିଖ ଦିନ କଳା ଓ ବାଣିଜ୍ୟ ପରୀକ୍ଷା ହେବ। ତେବେ ମିଳିଥିବା ସୂଚନା ଆଧାରରେ ଚଳିତ ବର୍ଷ ବିଜ୍ଞାନରେ ପ୍ରାୟ ୯୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଏହା ସହ କଳାରେ ପ୍ରାୟ ୪ଲକ୍ଷ ଓ ବାଣିଜ୍ୟରେ ପ୍ରାୟ ୭୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବା ନେଇ ସୂଚନା ରହିଛି।

ସେହିପରି କଳା ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କର ୧୭ ତାରିଖରେ ମାତୃଭାଷା/ ସାହିତ୍ୟ ପରୀକ୍ଷା ରହିଛି । ୧୯ ତାରିଖରେ ସବୁ ବିଭାଗର ଇଂରାଜୀ ପରୀକ୍ଷା ଅଛି । ପ୍ରକାଶ ଥାଉକି, ଯୁକ୍ତ ଦୁଇ ପରୀକ୍ଷା ପାଇଁ ନଭେମ୍ବର ୨୧ରୁ ଫର୍ମ ପୂରଣ ଆରମ୍ଭ ହୋଇଥିଲା । ଏହା ନଭେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ଏହି ସମୟ ମଧ୍ୟରେ ଯେଉଁମାନେ ଫର୍ମ ପୂରଣ କରିପାରି ନଥିଲେ ସେମାନେ ଡିସେମ୍ବର ୧ରୁ ୭ ତାରିଖ ମଧ୍ୟରେ ୧୦୦ ଟଙ୍କା ଜରିମାନା ଦେଇ ଫର୍ମ ପୂରଣ କରିଥିଲେ ।

ଅନ୍ୟପଟେ ଫେବୃଆରୀ ୨୦ରୁ ରାଜ୍ୟରେ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ । ଏହା ମାର୍ଚ୍ଚ ୪ ତାରିଖ ଯାଏଁ ଚାଲିବ । ହାଇସ୍କୁଲ ସାର୍ଟିଫିକେଟ, ମଧ୍ୟ ଓ ଷ୍ଟେନ ଓପନ ସ୍କୁଲ ପରୀକ୍ଷା ଏହି ସମୟ ମଧ୍ୟରେ କରାଯିବ । ପ୍ରଥମ ଦିନ ଅର୍ଥା ୨୦ ତାରିଖରେ ମାତୃଭାଷାରେ ପରୀକ୍ଷା ହେବ । ୨୩ରେ ଇଂରାଜୀ ପରୀକ୍ଷା ଥିବାବେଳେ ୨୬ରେ ଗଣିତ ପରୀକ୍ଷା ହେବ । ଫେବୃୟାରୀ ୨୮ରେ ତୃତୀୟ ଭାଷା ହିନ୍ଦୀ କିମ୍ବା ସଂସ୍କୃତ ପରୀକ୍ଷା ଅଛି । ମାର୍ଚ୍ଚ ୨ରେ ବିଜ୍ଞାନ ଏବଂ ୪ ତାରିଖ ଶେଷ ଦିନରେ ସାମାଜିକ ବିଜ୍ଞାନ ପରୀକ୍ଷା । ଚଳିତ ବର୍ଷ ମୋଟ ୫ ଲକ୍ଷ ୬୧୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ।

Leave A Reply

Your email address will not be published.