ଓଡ଼ିଆ ନ୍ୟୁଜ୍: ବଢ଼ିଲା ପୂର୍ବତନ ଖଣି ଉପନିର୍ଦ୍ଦେଶକଙ୍କ ଅଡୁଆ।କୁବେର ଖଣି ଅଧିକାରୀ ଦେବବ୍ରତ ମହାନ୍ତି ଗିରଫ ମାମଲା।୩ ଦିନିଆ ଭିଜିଲାନ୍ସ ରିମାଣ୍ଡରେ ଯିବେ ଦେବବ୍ରତ।ମାର୍ଚ୍ଚ ୭ ଯାଏ ଖଣି ବାବୁଙ୍କୁ ଜେରା କରିବ ଭିଜିଲାନ୍ସ।ଆସନ୍ତାକାଲି ଫୁଲବାଣୀ ଭଡ଼ାଘରେ ହେବ ଚଢ଼ାଉ।ଦେବବ୍ରତଙ୍କଠାରୁ ଜବତ ହୋଇଥିଲା ନଗଦ ୪.୫ କୋଟି।
ଭୁବନେଶ୍ୱର ଭିଜିଲାନ୍ସର ୮ ଜଣିଆ ଟିମ ପହଞ୍ଚି ଛାନଭିନ ଜାରି ରଖିଛନ୍ତି । ଦେବବ୍ରତଙ୍କୁ ୫ ଦିନିଆ ରିମାଣ୍ଡରେ ନେବା ପାଇଁ କୋର୍ଟକୁ ଅପିଲ କରାଯାଇଥିଲେ ବି କୋର୍ଟ ୩ ଦିନ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଛନ୍ତି । ଆଜି ଫୁଲବାଣୀ ଠାରେ ରହୁଥିବା ନାରାୟଣୀ ସାହି ସ୍ଥିତ ଭଡ଼ା ଘରେ ରେଡ୍ କରାଯାଉଛି ।
କଟକ ସର୍କଲର ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କୁ ୧୦ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଛି । କୋଇଲା ଡିପୋକୁ ସୁଗମ ଭାବରେ ପରିଚାଳନା କରିବା ଏବଂ କୋଇଲା ପରିବହନ ପାଇଁ ଜଣେ ଲାଇସେନ୍ସପ୍ରାପ୍ତ ବ୍ୟବସାୟୀଙ୍କଠାରୁ ଲାଞ୍ଚ ନେଉଥିବା ସମୟରେ ତାଙ୍କୁ ଭିଜିଲାନ୍ସ ଗିରଫ କରିଥିଲା । ତାଙ୍କଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି । ଭିଜିଲାନ୍ସ ଦ୍ୱାରା କରାଯାଇଥିବା ଏକ ବଡ଼ ଧରଣର ଚଢାଉରେ ତାଙ୍କଠାରୁ ୪ କୋଟି ୩୦ ଲକ୍ଷ ଟଙ୍କା ନଗଦ ଜବତ କରାଯାଇଛି ।