ବଡ଼ମ୍ବା: ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ବଡମ୍ବାରେ ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟିଛି । ପରିବାରର ପୁଅ ଓ ଝିଅ ପରେ ଗତକାଲି ବିଳମ୍ବିତ ରାତିରେ ମା’ ମଧ୍ୟ ଆଖି ବୁଜିଛନ୍ତି । ବଡମ୍ବା ମାଣିଆବନ୍ଧ ଅଧିନ ଅଭିମାନପୁର ବୀରବରପୁର ଗାଁରେ ଏଭଳି ହୃଦୟ ବିଦାରକ ଘଟମା ଘଟିଛି । ସୂଚନା ଅନୁଯାୟୀ, ଗତ ଶୁକ୍ରବାର ରାତ୍ରିରେ ଘରେ ମା’ ରୂପା ପାତ୍ର ଘରେ ଚାଟ, ଘୁଗୁନି ଓ ଭାତ ରାନ୍ଧିଥିଲେ । ପରିବାରର ସମସ୍ତେ ଏହା ଖାଇଥିଲେ । ଖାଇବା ପରେ ଦାଣ୍ତରେ ପୂଜା କରୁଥିବା ଗଣେଶଙ୍କ ପ୍ରତିମୂର୍ତ୍ତିକୁ ବିସର୍ଜନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଥିଲା । କିନ୍ତୁ ଖାଇବାର କିଛି ସମୟ ପରେ ହଠାତ୍ ୧୦ବର୍ଷର ପୁଅ ରୁଦ୍ର ପାତ୍ର ଏବଂ ୭ବର୍ଷର ଝିଅ ରୁଚିକା ପାତ୍ର ଭୀଷଣ ବାନ୍ତି ସହ ମୁଣ୍ଡ ବୁଲାଇ ହେଇଥିବା କହିଥିଲେ । ଫଳରେ ସେମାନଙ୍କୁ ମାଣିଆବନ୍ଧ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ଏହା ପରେ ପରେ ବାପା ଗୋବିନ୍ଦ ପାତ୍ର ଓ ତାଙ୍କ ଧର୍ମପତ୍ନୀ ରୁନୁ ପାତ୍ର ମଧ୍ୟ ବାନ୍ତି କରିବା ପରେ ଅଚେତ ହୋଇ ପଡ଼ିଥିଲେ । ଫଳରେ ପରିବାରର ୪ ଜଣକୁ ପ୍ରଥମେ କଟକ ସିଟି ହସ୍ପିଟାଲ ଏବଂ ପରେ କଟକ ଜଗତପୁରରସ୍ଥିତ ସଦଗୁରୁ ମେଡିକାଲରେ ଭର୍ତି କରାଯାଇଥିଲା ।ତେବେ ଗତକାଲି ସକାଳ ପ୍ରାୟ ୯ଟା ସମୟରେ ଝିଅ ରୁଚିକା ପାତ୍ର ଏବଂ ଦିନ ୧୧ଟା ସମୟରେ ପୁଅ ରୁଦ୍ର ପାତ୍ରର ମତ୍ୟୁ ହୋଇଥିଲା । ସେହିଭଳି ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ମା’ ରୁନୁ ପାତ୍ରଙ୍କ ମଧ୍ୟ ଗତକାଲି ବିଳମ୍ରାବିତ ରାତିରେ ଆଖି ବୁଜିଛନ୍ତି । ଅନ୍ୟପଟେ ଚାଟରେ କିଛି ବିଷାକ୍ତ ପଦାର୍ଥର ମିଶ୍ରଣ ହୋଇଥିବାରୁ ଏଭଳି ଘଟଣା ଘଟିଛି ବୋଲି ସ୍ଥାନୀୟ ବାସିନ୍ଦା ଆଶଙ୍କା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.