ଓଡ଼ିଆ ନ୍ୟୁଜ୍: ରାଜ୍ୟ ସରକାରୀ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦିୱାଲି ଭେଟି।ମହଙ୍ଗା ଭତ୍ତା ୩ ପ୍ରତିଶତ ବଢ଼ିବା ନେଇ ଘୋଷଣା।୫୫ ପ୍ରତିଶତରୁ ମହଙ୍ଗା ଭତ୍ତା ବଢ଼ି ୫୮ ପ୍ରତିଶତ ହେଲା।ପେନସନ୍ଭୋଗୀଙ୍କ ଟିଆଇରେ ମଧ୍ୟ ବୃଦ୍ଧି ନିଷ୍ପତ୍ତି। ଗତ ଜୁଲାଇ ପହିଲାରୁ ପିଛିଲା ଭାବେ ଲାଗୁ ପାଇଁ ଘୋଷଣା। ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତ ଅକ୍ଟୋବର ଦରମାରେ ନଗଦ ଆକାରରେ ମିଳିବ।
ଏହା ସହିତ ପେନ୍ସନଭୋଗୀମାନଙ୍କ ଟି.ଆଇରେ ମଧ୍ୟ ତିନି ପ୍ରତିଶତ ବୃଦ୍ଧି କରାଯାଇଛି। ସେମାନେ ମଧ୍ୟ ଅନୁରୂପ ଭାବେ ଅକ୍ଟୋବର ମାସ ପେନ୍ସନରେ ଏହି ବର୍ଦ୍ଧିତ ଟି.ଆଇ ପାଇବେ। ଏହା ଦ୍ୱାରା ପ୍ରାୟ ସାଢେ ଆଠ ଲକ୍ଷ ସରକାରୀ କର୍ମଚାରୀ ଓ ପେନ୍ସନଭୋଗୀ ଉପକୃତ ହେବେ।